ଲୋକ ମହୋତ୍ସବ ରହଣୀ ଉପସମିତିର ପ୍ରସ୍ତୁତି ବୈଠକ
ଲୋକ ମହୋତ୍ସବ ରହଣୀ ଉପସମିତିର ପ୍ରସ୍ତୁତି ବୈଠକ
ଲୋକ ମହୋତ୍ସବ ରହଣୀ ଉପସମିତିର ପ୍ରସ୍ତୁତି ବୈଠକ


ସମ୍ବଲପୁର, ୩ ଜାନୁଆରୀ (ହି.ସ.)- ସ୍ଥାନୀୟ ପିଏଚଡି ପଡିଆ ଠାରେ ୨୮ତମ ଲୋକ ମହୋତ୍ସବ-୨୦୨୬ର ରହଣୀ ଉପସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଆବାହକ ମହେଶ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରହଣୀ ଉପସମିତିର ବିଭିନ୍ନ କାର୍ଯ୍ୟକୁ ସଭ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି l ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅତିଥି କଳାକାର ମାନଙ୍କ ରହଣୀ

ଓ ସୁରକ୍ଷା ସହିତ ସେମାନେ ରହୁଥିବା ସ୍ଥାନରେ ଖାଦ୍ୟ, ପାନୀୟ ଜଳ ସୁବନ୍ଦୋବସ୍ତ ଉପରେ ଗୁରୁତ୍ଵ ଦିଆଯାଇଥିଲା l ସେହିଭଳି ଅତିଥି କଳାକାର ମାନେ ସମ୍ବଲପୁରରୁ ସୁଖଦ ଅନୁଭବ ସହିତ ସ୍ଵସ୍ଥାନ ପ୍ରତ୍ୟାବର୍ତ୍ତନ କରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଉପ ସମିତିର ନୋଡାଲ ଅଫିସର ବିକାଶ ରଞ୍ଜନ ଶବର, କାର୍ଯ୍ୟାଳୟ ସହାୟକ ରାଜେଶ କୁମାର ଭୋଇ, ଉପଦେଷ୍ଟା କମିଟି ସଦସ୍ୟ ଭୋଲା ମହତ୍ତମଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସହ ଆବାହକ ଡେଭିଡ୍ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande