ନୂଆପଡ଼ା ଜିଲ୍ଲାରେ ପୁଷପୁନି ପର୍ବ ପାଳିତ
ନୂଆପଡ଼ା, ୩ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ମହା ସମାରୋହରେ ପାଳିତ ହେଉଛି ପୁଷପୁନି ତିହାର। ଧାନ ଅମଳ ପରେ ପରେ ଏହି ପର୍ବ ପାଳନ କରାଯାଏ। ବର୍ଷକର କଷ୍ଟ ଉପାର୍ଜିତ ଧାନ ଘରକୁ ଆସିବା ଖୁସିରେ ଚାଷୀ ପୁଷପୁନି ପାଳିଥାଏ। ଏହି ପର୍ବର ଦୁଇ ମୁଖ୍ୟ ବିଶେଷତ୍ୱ ହେଉଛି ମଣ୍ଡାପ
Puspuni tihar


ନୂଆପଡ଼ା, ୩ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ମହା ସମାରୋହରେ ପାଳିତ ହେଉଛି ପୁଷପୁନି ତିହାର। ଧାନ ଅମଳ ପରେ ପରେ ଏହି ପର୍ବ ପାଳନ କରାଯାଏ। ବର୍ଷକର କଷ୍ଟ ଉପାର୍ଜିତ ଧାନ ଘରକୁ ଆସିବା ଖୁସିରେ ଚାଷୀ ପୁଷପୁନି ପାଳିଥାଏ। ଏହି ପର୍ବର ଦୁଇ ମୁଖ୍ୟ ବିଶେଷତ୍ୱ ହେଉଛି ମଣ୍ଡାପିଠା ଓ ଛେର ଛେରା। ଘରେ ଘରେ ନୂଆ ଧାନର ଚାଉଳରେ ମଣ୍ଡା ପିଠା ତିଆରି କରାଯାଏ। ପାହଁନ୍ତିଆରୁ ପୁଅ ଝିଅ ମାନେ ଏପରିକି ବଡ଼ ଲୋକ ଘର ଘର ବୁଲି ଛେର ଛେରା ମାଗିଥାନ୍ତି। ଟଙ୍କା ପଇସା, ଧାନ, ଚାଉଳ ଓ ମଣ୍ଡା ପିଠା ଲୋକେ ଦେଇ ଥାଆନ୍ତି। ପରେ ମିଳିଥିବା ସାମଗ୍ରୀକୁ ନେଇ ଭୋଜି ଭାତର ଆସର ଜମିଥାଏ। ଅନେକ ସ୍ଥାନରେ ଲୋକେ ଦଉଡି ଟାଣି ରାସ୍ତା ରୋକ କରିଥାନ୍ତି ଓ ଛେର ଛେରା ମାଗିଥାନ୍ତି। ଆଗେ ଏହି ପର୍ବ ଦିନ ଗାଁ ର ଗଉନ୍ତିଆ ଓ ଧନି ଲୋକ ମାନେ ଲୋକଙ୍କୁ ଭତ୍ତିଆ(ଉପହାର) ବାଣ୍ଟୁଥିଲେ। ଏହି ଦିନ ପୁରୁଣା ମଜୁରିଆ(ହଲିଆ)ଙ୍କୁ ବିଦାୟ ସ୍ୱରୂପ ବିଭିନ୍ନ ସାମଗ୍ରୀ ଦିଆଯାଉଥିଲା। ପୁଣିଥରେ ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିଲା କିମ୍ବା ନୂଆ ମଜୁରିଆକୁ ବର୍ଷକ ପାଇଁ ଚୁକ୍ତି କରାଯାଉଥିଲା। ଏବେ ଏସବୁ ଦେଖିବାକୁ ମିଳୁନି। ପୂର୍ବ ପରି ପୌଷ ପୂର୍ଣ୍ଣିମାର ଉତ୍ସବ ଏବେ ଦେଖିବାକୁ ମିଳୁନି। ଗାଁ ସବୁରେ ଫିକା ଫିକା ଲାଗୁଛି ଏହି ପର୍ବ। ତଥାପି ପୁଷପୁନି ତିହାର ବଞ୍ଚିଛି ଓ ଚାଷୀମାନେ ଏହି ଦିନ ଉତ୍ସବ ମନାଉଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande