ରାଜ୍ୟର ୩ ସ୍ଥାନରେ ଅତି ଘନ କୁହୁଡ଼ି, ୨ ସ୍ଥାନରେ ଘନ କୁହୁଡ଼ି, ୪ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୩ ଜାନୁଆରୀ (ହି.ସ.)- ଶନିବାର ସକାଳେ ରାଜ୍ୟର ୩ଟି ସ୍ଥାନରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୨ଟି ସ୍ଥାନରେ ଘନ କୁହୁଡ଼ି, ୪ଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଏବଂ ୩ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳେ ଭୁବନେଶ୍ୱର, ନୟାଗଡ଼ ଓ ପାରାଦୀପରେ ଅତି ଘନ
ରାଜ୍ୟର ୩ ସ୍ଥାନରେ ଅତି ଘନ କୁହୁଡ଼ି, ୨ ସ୍ଥାନରେ ଘନ କୁହୁଡ଼ି, ୪ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୩ ଜାନୁଆରୀ (ହି.ସ.)- ଶନିବାର ସକାଳେ ରାଜ୍ୟର ୩ଟି ସ୍ଥାନରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୨ଟି ସ୍ଥାନରେ ଘନ କୁହୁଡ଼ି, ୪ଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଏବଂ ୩ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।

ଆଜି ସକାଳେ ଭୁବନେଶ୍ୱର, ନୟାଗଡ଼ ଓ ପାରାଦୀପରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୦ରୁ ୫୦ ମିଟର ମଧ୍ୟରେ ରହିଛି । କେନ୍ଦ୍ରାପଡ଼ା ଓ ପୁରୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି । ଜଗତସିଂହପୁର, ଖୋର୍ଦ୍ଧା, ପାରଳାଖେମୁଣ୍ଡି, ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଛି ।

ଅନୁରୂପ ଭାବେ ଚାନ୍ଦବାଲି, ବାରିପଦା ଏବଂ ଭବାନୀପାଟଣାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande