ଜମୁଛି ଧର୍ମଶାଳା ମହୋତ୍ସବ : ନବମ ସନ୍ଧ୍ୟାରେ ବଲିଉଡ କଣ୍ଠ ଶିଳ୍ପୀଙ୍କ ସଙ୍ଗୀତରେ ଦର୍ଶକ ମତୱାଲା
ଧର୍ମଶାଳା, ୩ ଜାନୁଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ମହୋତ୍ସବ କମିଟି ପକ୍ଷରୁ ଜାରକାସ୍ଥିତ ମହୋତ୍ସବ ପଡିଆରେ ଆୟୋଜିତ ଧର୍ମଶାଳା ମହୋତ୍ସବର ନବମ ସନ୍ଧ୍ୟାରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଅପରାହ୍ନ ୪ଟାରୁ ଲୋକମାନଙ୍କ ଗହଳି ଆରମ୍ଭ ହୋଇଯାଇଥିଲା । ମହୋତ୍ସବକୁ ଆସିଥିବା ଲୋକେ ମଣ୍ଡ
ଜମୁଛି ଧର୍ମଶାଳା ମହୋତ୍ସବ :  ନବମ ସନ୍ଧ୍ୟାରେ ବଲିଉଡ କଣ୍ଠ ଶିଳ୍ପୀ


ଧର୍ମଶାଳା, ୩ ଜାନୁଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ମହୋତ୍ସବ କମିଟି ପକ୍ଷରୁ ଜାରକାସ୍ଥିତ ମହୋତ୍ସବ ପଡିଆରେ ଆୟୋଜିତ ଧର୍ମଶାଳା ମହୋତ୍ସବର ନବମ ସନ୍ଧ୍ୟାରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଅପରାହ୍ନ ୪ଟାରୁ ଲୋକମାନଙ୍କ ଗହଳି ଆରମ୍ଭ ହୋଇଯାଇଥିଲା । ମହୋତ୍ସବକୁ ଆସିଥିବା ଲୋକେ ମଣ୍ଡପରେ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରି ମେଳାରେ ବୁଲିବାର ମଜା ଉଠାଇ ଥିଲେ । ବିଶେଷ କରି ପିଲା ଓ ଯୁବକ ଯୁବତୀମାନେ ମହୋତ୍ସବ ପଡିଆରେ ପଡିଥିବା ଦୋଳି ଖେଳିବାର ମଜା ନେଇଥିଲେ । ଏହି ଅବସରରେ ମହୋତ୍ସବ ପଡିଆରେ ଭଳିକି ଭଳି ଜିନିଷର ପସରା ମେଲା ଯାଇଥିବା ବେଳେ ଲୋକେ ଦୋକାନରୁ ଚଟପଟି ଖାଦ୍ୟ ଖାଇବା ସହ ଘରକରଣା ଜିନିଷମାନ କିଣୁଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟା ପରେ ମହୋତ୍ସବ ପଡିଆର ମୁକ୍ତାକାଶ ମଂଚରେ ଆଜି ବଲିଓଡ କଣ୍ଠ ଶିଳ୍ପୀ ନକ୍ସ ଅଜିଜ ଓ ସାଥୀମାନଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗୀତ ଓ ନୃତ୍ୟରେ ଦର୍ଶକମାନେ ମତୱାଲା ହୋଇଥିଲେ । ମହୋତ୍ସବରେ ଲୋକଙ୍କ ଭିଡକୁ ଦେଖି କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହୋତ୍ସବ ପଡିଆରେ ଦୃବୃତମାନଙ୍କ ପ୍ରତି ସାବଧାନ ରହିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନତା କରାଯାଉଥିବା ବେଳେ କୌଣସି ଅଘଟଣ ଉପରେ ନଜର ରଖିବା ଲାଗି ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଲଗାଇ ଦିଆଯାଇଛି । ଗତ ବର୍ଷ ତୁଳନାରେ ମହୋତ୍ସବ ଅଧିକ ସଂପ୍ରସାରିତ ହୋଇପାରିଛି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏଠାରେ ନିର୍ମିତ ହୋଇଥିବା ପେଣ୍ଡାଲ ବହୁ ବଡ କରି ଦିଆଯାଇଛି । ମହୋତ୍ସବକୁ କମିଟିର ସଭାପତି ରବିନ୍ଦ୍ର ନାରାୟଣ ବେହେରା, ସମ୍ପାଦକ ସତ୍ୟପ୍ରିୟ ମହାନ୍ତି, ସଂଯୋଜକ ଦେବରାଜ ମିଶ୍ର, ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ, ହିମାଂଶୁ ଶେଖର ମହାନ୍ତି, ସବ୍ୟସାଚୀ ସୁନ୍ଦର ରାୟ, ସୁଦାମ ବେହେରା, ଆଲୋକ କୁମାର ପ୍ରଧାନ ସମେତ ସମସ୍ତ ସଦସ୍ୟ ଓ ବଜାର କମିଟିର କର୍ମକର୍ତାମାନେ ପରିଚାଳନାରେ ସହାୟତା କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande