
ପୁରୀ, ୩ ଜାନୁଆରୀ (ହି.ସ.)- ପୁରୀ ଜିଲ୍ଲାରେ ଜାନୁଆରୀ ମାସର ଯୁଗ୍ମ ଅଭିଯୋଗ ଶୁଣାଣୀ ତାରିଖ ଓ ସ୍ଥାନ ସ୍ଥିରୀକୃତ ହୋଇଛି। ଜାନୁଆରୀ ମାସ ୫ ତାରିଖରେ ସଦର ମହକୁମା ସଦଭାବନା ସଭାଗୃହ ଠାରେ, ଜାନୁଆରୀ ୧୨ ତାରିଖରେ କାକଟପୁର ବ୍ଲକ ପରିସରରେ, ଜାନୁଆରୀ ୧୯ ତାରିଖରେ ନିମାପଡା ବ୍ଲକ ପରିସରରେ ଓ ଜାନୁଆରୀ ୨୭ ତାରିଖରେ କଣାସ ବ୍ଲକ ପରିସରରେ ପୂର୍ବାହ୍ନ ୧୦ଟାରୁ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ