କାର୍ଯ୍ୟାଳୟରେ ଯୋଗଦେଲେ ସରକାରୀ ନୂଆ ଜିପି
ପୁରୀ, ୩ ଜାନୁଆରୀ (ହି.ସ.)- ସରକାର ବଦଳିବା ପରେ ଦୀର୍ଘ ଏକ ବର୍ଷ ପରେ ପୁରୀ ଜିଲ୍ଲାର ବିଭିନ୍ନ କୋର୍ଟରେ ସରକାରୀ ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୁରୀ ଜିଲ୍ଲା କୋର୍ଟରେ ସରକାରୀ ଜି.ପି. ଭାବେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସ୍ବାଇଁ ଶନିବାର ତାଙ୍କ କାର୍ଯ୍ୟାଳୟର
କାର୍ଯ୍ୟାଳୟରେ ଯୋଗଦେଲେ ସରକାରୀ ନୂଆ ଜିପି


ପୁରୀ, ୩ ଜାନୁଆରୀ (ହି.ସ.)- ସରକାର ବଦଳିବା ପରେ ଦୀର୍ଘ ଏକ ବର୍ଷ ପରେ ପୁରୀ ଜିଲ୍ଲାର ବିଭିନ୍ନ କୋର୍ଟରେ ସରକାରୀ ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୁରୀ ଜିଲ୍ଲା କୋର୍ଟରେ ସରକାରୀ ଜି.ପି. ଭାବେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସ୍ବାଇଁ ଶନିବାର ତାଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ସେ ୧୯୯୧ ମସିହାରେ ଆଇନଜୀବୀ ଭାବେ ପୁରୀ କୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ । ପୂର୍ବତନ ଜିପି ସ୍ବର୍ଗତ ବାମଦେବ ମିଶ୍ରଙ୍କ ପାଖରେ ଜୁନିୟର ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ପୂର୍ବତନ ଜି.ପି. ନୀଳକଣ୍ଠ ନାୟକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବା ପରେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତାଙ୍କର ଏହି ଯୋଗଦାନ ପରେ ଏପିପି, ପିପି ଓ ଯୁବ ଓ ବରିଷ୍ଠ ଆଇନଜୀବୀ ମାନେ ତାଙ୍କୁ ସ୍ବାଗତ କରିଛନ୍ତି । ତାଙ୍କର ଉତ୍ତମ ବ୍ଯବହାର ଓ ଧୀରସ୍ଥିର କଥାବାର୍ତ୍ତ ଯୋଗୁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ସରକାରଙ୍କ ସମସ୍ତ ମାମଲା ସଠିକ ଭାବେ ପରିଚାଳନା କରିବା ପାଇଁ ସତଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ତାଙ୍କ ନିଯୁକ୍ତି ପରେ ପୁରୀ ସହର ସମେତ ଚନ୍ଦନପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande