
ଧର୍ମଶାଳା, ୩ ଜାନୁଆରୀ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ସାତ ଦିନ ଧରି ଚାଲିଥିବା ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀଙ୍କ ସଭାପତିତ୍ୱରେ ଏନ୍ୱାଇପିର ସଭାପତି ମଧୁସୁଦନ ଦାସ,ସମ୍ମାନୀତ ଅତିଥିଭାବେ ଅରାବଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ବିଶ୍ୱାଳ ଓ ଜିଲା ଏନ୍ଏସ୍ଏସ୍ ସଂଯୋଜକ ତଥା ବରୀ ରାମଚନ୍ଦ୍ରପୁର କଲେଜର ଅଧ୍ୟାପକ ସୁଦୀପ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ନିର୍ମାଣ ବାର୍ତା ପ୍ରଦାନ କରିଥିଲେ । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଅମୂଲ୍ୟ କୁମାର ପତି, ଡ. ରଶ୍ମୀକାନ୍ତ ଦାଶ, ସୂର୍ଯ୍ୟକାନ୍ତ ରାଉତ, ସଂଜୟ କୁମାର ପ୍ରଧାନ, ସେକ୍ ରହୁନ୍ ଅମୀନ, ଅଧ୍ୟାପିକା ରଶ୍ମିତା ସାମଲ, ଜୟଶ୍ରୀ ନାୟକ, ସାଗରିକା ଦାସ, ସଂଜିତା ପରୱିନ, ଫରାତ ଜାହାନ୍, ଏମ୍ଡି ରେହେମାନ ଅଲ୍ଲୀ, ଅଟଳ ବିହାରୀ ଜେନା, ଖେଳ ଶିକ୍ଷକ ବିବେକାନନ୍ଦ ଜେନା, ବିନୟ ରାଉତ, ଶିକ୍ଷାକର୍ମଚାରୀ ଧର୍ମେନ୍ଦ୍ର କୁମାର ମହାନ୍ତି, ସୁନିଲ ଓଝା ଓ ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ବାବୁଲା ରଣା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ସ୍ୱେଚ୍ଛାସେବୀମାନଙ୍କ ଉତ୍ସାହିତ କରିଥିଲେ । ଏହି ଅବସରରେ ଅତିଥିମାନେ ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶେଷରେ ଶିକ୍ଷା ବିଭାଗର ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭିନ୍ନ ଦିବସ ମାନଙ୍କରେ ସ୍ୱେଚ୍ଛାସେବୀମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଅଭିଯାନ, ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଓ ବିଶ୍ୱତାପ ଓ ଜଳବାୟୁ ପରିବର୍ତନ କାର୍ଯ୍ୟକ୍ରମକୁଏମଡି ଇମ୍ରାନ ଅଲ୍ଲୀ ଓ ଫରାତ ଜାହାନ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ