ଭାରତ ବୌଦ୍ଧ ପରମ୍ପରାର ଜୀବନ୍ତ ବାହକ, ପବିତ୍ର ଅବଶେଷ ସାଂସ୍କୃତିକ ଚେତନାର ଅଂଶ- ପିଏମ ମୋଦି
ନୂଆଦିଲ୍ଲୀ, 03 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସମ୍ପର୍କିତ ଏକ ପ୍ରଦର୍ଶନୀର ଉଦ୍ଘାଟନ କରି କହିଛନ୍ତି ଯେ, ଭାରତ କେବଳ ଏହି ପବିତ୍ର ଅବଶେଷମାନଙ୍କର ସଂରକ୍ଷକ ନୁହେଁ, ବରଂ ବୁଦ୍ଧ ପରମ୍ପରାର ଜୀବନ୍ତ ବାହ
ଭାରତ ବୌଦ୍ଧ ପରମ୍ପରାର ଜୀବନ୍ତ ବାହକ,     ପବିତ୍ର ଅବଶେଷ ସାଂସ୍କୃତିକ ଚେତନାର ଅଂଶ- ପିଏମ ମୋଦି


ନୂଆଦିଲ୍ଲୀ, 03 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଶନିବାର ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସମ୍ପର୍କିତ ଏକ ପ୍ରଦର୍ଶନୀର

ଉଦ୍ଘାଟନ କରି କହିଛନ୍ତି ଯେ, ଭାରତ କେବଳ

ଏହି ପବିତ୍ର ଅବଶେଷମାନଙ୍କର ସଂରକ୍ଷକ ନୁହେଁ, ବରଂ ବୁଦ୍ଧ ପରମ୍ପରାର ଜୀବନ୍ତ ବାହକ ମଧ୍ୟ ଅଟେ। ପିପରହୱା, ବୈଶାଳୀ, ଦେବନୀ ମୋରୀ

ଏବଂ ନାଗାର୍ଜୁନ କୋଣ୍ଡା ପରି ସ୍ଥାନଗୁଡ଼ିକୁ ଠାରୁ ପ୍ରାପ୍ତ ଭଗବାନ ବୁଦ୍ଧଙ୍କ ସହ ସଂପୃକ୍ତ

ଅବଶେଷମାନେ ବୁଦ୍ଧଙ୍କ ସନ୍ଦେଶର ଜୀବନ୍ତ ଉପସ୍ଥିତି ଅଟେ।

ସେ କହିଛନ୍ତି ଯେ, ଭଗବାନ ବୁଦ୍ଧଙ୍କ ଅଭିଧମ୍ମ, ତାଙ୍କ ବାଣୀ ଏବଂ ତାଙ୍କ ଶିକ୍ଷାମାନ ମୂଳତଃ ପାଲି ଭାଷାରେ ରଚିତ।

ଆମର ପ୍ରୟାସ ହେଉଛି ପାଳି ଭାଷାକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଞ୍ଚାଇବା। ଏହି ଉଦ୍ଦେଶ୍ୟରେ

ପାଳି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ପବିତ୍ର

ଅବଶେଷମାନଙ୍କୁ ଭାରତର ସାଂସ୍କୃତିକ ଚେତନା ସହ ଯୋଡ଼ି କହିଛନ୍ତି ଯେ, ଭାରତ ପାଇଁ ଏହା ଆମ ଆରାଧ୍ୟଙ୍କର ଏକ ଅଂଶ ଏବଂ ଆମ ସଭ୍ୟତାର ଅଭିନ୍ନ

ଅଂଗ। ଏହା ଆମ ମଧ୍ୟରେ ଥିବାରୁ ଆମେ ସମସ୍ତେ ଧନ୍ୟ। ଏହା ଭାରତରୁ ବାହାରକୁ ଯିବା ଏବଂ ପୁନଃ

ଫେରି ଭାରତକୁ ଆସିବା ନିଜେ ନିଜେ ଏକ ବଡ଼ ଶିକ୍ଷା। ଏହା ଦର୍ଶାଏ ଯେ ଗୁଲାମୀ ଆମକୁ କେବଳ

ରାଜନୈତିକ ଓ ଆର୍ଥିକ ଭାବେ ନୁହେଁ, ବରଂ

ଉତ୍ତରାଧିକାରର ଦୃଷ୍ଟିକୋଣରୁ ମଧ୍ୟ କ୍ଷତିଗ୍ରସ୍ତ କରେ।

ସେ କହିଛନ୍ତି ଯେ, ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷମାନ ଗୁଲାମୀର କାଳଖଣ୍ଡରେ ଭାରତରୁ ଛଡାଇ

ନିଆଯାଇଥିଲା। ଦୀର୍ଘ ବର୍ଷ

ପର୍ଯ୍ୟନ୍ତ ଏହି ପବିତ୍ର ଅବଶେଷ ଦେଶର ବାହାରେ ରହିଥିଲା। ଏହାକୁ ଆନ୍ତର୍ଜାତୀୟ ବଜାରରେ ନିଲାମ କରିବା ପାଇଁ ମଧ୍ୟ ପ୍ରୟାସ

କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଆଜି ରାୟ ପିଥୌରା

ସାଂସ୍କୃତିକ ପରିସରରେ ଭଗବାନ ବୁଦ୍ଧଙ୍କ ସହ ଜଡିତ ପିପରହ୍ୱା ଅବଶେଷର ଏକ ବିଶାଳ ଆନ୍ତର୍ଜାତୀୟ

ପ୍ରଦର୍ଶନୀର ଉଦ୍ଘାଟନ କରିଛନ୍ତି।

ଉଦ୍ଘାଟନ ପରେ ଆୟୋଜିତ କାର୍ଯ୍ୟକ୍ରମକୁ

ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ କେବଳ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷମାନଙ୍କର ସଂରକ୍ଷକ

ନୁହେଁ । ବରଂ ତାଙ୍କ ପରମ୍ପରାର ଜୀବନ୍ତ ବାହକ ମଧ୍ୟ ଅଟେ। ପିପରହ୍ୱା, ବୈଶାଳୀ, ଦେବନୀ ମୋରୀ

ଏବଂ ନାଗାର୍ଜୁନ କୋଣ୍ଡାରୁ ପ୍ରାପ୍ତ ଭଗବାନ ବୁଦ୍ଧଙ୍କ ସହ ଜଡିତ ଅବଶେଷମାନେ ବୁଦ୍ଧଙ୍କ

ସନ୍ଦେଶର ଜୀବନ୍ତ ଉପସ୍ଥିତି ଅଟେ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande