
ନୂଆଦିଲ୍ଲୀ, ୩ ଜାନୁଆରୀ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ ପରିସରରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପ୍ରାହୱା ଅବଶେଷର ଆନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଏହି ପ୍ରଦର୍ଶନୀ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଛି ।
ଆଲୋକ ଏବଂ କମଳ: ପ୍ରଜ୍ଞାନ ବ୍ୟକ୍ତିଙ୍କ ଅବଶେଷ ଶୀର୍ଷକ ଏହି ପ୍ରଦର୍ଶନୀରେ ଉତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ପିପ୍ରାହୱା ଗ୍ରାମରୁ ଉଦ୍ଧାର ହୋଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ, କଳସ ଏବଂ ରତ୍ନପଥର ଅବଶେଷ ପ୍ରଦର୍ଶିତ ହୋଇଛି । ପ୍ରଦର୍ଶନୀରେ ଷଷ୍ଠ ଶତାବ୍ଦୀରୁ ବର୍ତମାନ ପର୍ଯ୍ୟନ୍ତ ୮୦ ରୁ ଅଧିକ ମୂର୍ତି ପାଣ୍ଡୁଲିପି, ଥାଙ୍ଗକା ଏବଂ ଆନୁଷ୍ଠାନିକ ବସ୍ତୁ ଅନ୍ତର୍ଭୁକ୍ତ । ଏହି ପ୍ରଦର୍ଶନୀ ଭାରତର ଆଧ୍ୟାତ୍ମିକ ଆତ୍ମା ଏବଂ ଏହାର ବିଶ୍ୱ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ସଂକଳ୍ପକୁ ପ୍ରତିଫଳିତ କରେ । ୧୨୭ ବର୍ଷ ପରେ ଗତ ବର୍ଷ ଜୁଲାଇରେ ମନ୍ତ୍ରଣାଳୟ ଦ୍ୱାରା ଏହି ଅବଶେଷ ପ୍ରତ୍ୟାବର୍ତନ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ, ରାଷ୍ଟ୍ରଦୂତ ଏବଂ କୂଟନୈତିକ ବାହିନୀର ସଦସ୍ୟ, ପୂଜ୍ୟ ବୌଦ୍ଧ ଭିକ୍ଷୁ, ବରିଷ୍ଠ ସରକାରୀ ଅଧିକାରୀ, ବିଦ୍ୱାନ, ଐତିହ୍ୟ ବିଶେଷଜ୍ଞ, କଳା ଜଗତର ସମ୍ମାନିତ ସଦସ୍ୟ, କଳା ପ୍ରେମୀ, ବୌଦ୍ଧ ଧର୍ମର ଅନୁଗାମୀ ଏବଂ ଛାତ୍ରମାନେ ଏହି ଅବସରରେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ