
,ଜୟପୁର ଜାନୁଆରି (ହି.ସ.)
କୋରାପୁଟ କଳା ଓ କଳାକାର ମଞ୍ଚ ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ପଡିଆରେ ଚାଲିଥିବା ପୁଷପୁନି ମହୋତ୍ସବର ଦ୍ବିତୀୟ ରଜନୀରେ ଆଜି ଦେଖିବାକୁ ମିଳିଛି ବିଭିନ୍ନ ଆଦିବସୀ ଦଳଙ୍କ ଦ୍ବାରା ନୃତ୍ୟ ଏବ˚ ଜୟପୁର ସହରର ବହୁ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମ। ଆଜି ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଜୟପୁର ଯୁବରାଜ ବିଶ୍ବେଶ୍ବର ଚନ୍ଦ୍ରଚୂଡ ଦେବ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଜୟପୁର ଓ ଜୟପୁର ବାହାରୁ ଆସିଥିବା ଡ୍ୟାନ୍ସଗୃପ ଏହି ନୃତ୍ୟ ପରିବେଷଣ କରିଥିଲେ। ଶୀତୁଆ ରାତିରେ ପୁଷପୁନି କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଯେତିକି ଖୋରାକ ଯୋଗାଇଥିଲା ସେତିକି ଉତ୍କଣ୍ଠା ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକେ ପଡିଆରେ ଲାଗିଥିବା ମୀନାବଜାର ଓ ଖାଦ୍ୟମେଳାର ଭରପୁର ମଜା ନେବା ସହ ନାଚଗୀତର ମଧ୍ୟ ମଜା ନେଇଥିଲେ। ଆସନ୍ତା କାଲି ସୁଜ୍ଞାନି ମହାପାତ୍ର ସହ ଟିମ ସଙ୍ଗୀତ ପରିବେଷଣ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି