ଦିଲ୍ଲୀ ବିଧାନସଭାରେ ଅଟଳଜୀ ଓ ମାଲଭୀୟଙ୍କ ଚିତ୍ରର ଅନାବରଣ କଲେ ରାଜନାଥ ସିଂ
ନୂଆଦିଲ୍ଲୀ, 03 ଜାନୁଆରି (ହି.ସ.)- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶନିବାର ଦିଲ୍ଲୀ ବିଧାନସଭାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଓ ମହାମନା ପଣ୍ଡିତ ମଦନ ମୋହନ ମାଲଭୀୟଙ୍କ ଚିତ୍ରର ଅନାବରଣ କରିଛନ୍ତି। ଏହା ସହ ପ୍ରତିରକ୍ଷାମନ୍ତ୍ରୀ ‘ଭାରତ ମାତା’ ଶୀର୍ଷକରେ ପ୍ରକାଶିତ ଏ
ଦିଲ୍ଲୀ ବିଧାନସଭାରେ ଅଟଳଜୀ ଓ     ମାଲଭୀୟଙ୍କ ଚିତ୍ରର ଅନାବରଣ କଲେ ରାଜନାଥ ସିଂ


ନୂଆଦିଲ୍ଲୀ, 03 ଜାନୁଆରି (ହି.ସ.)- ପ୍ରତିରକ୍ଷାମନ୍ତ୍ରୀ

ରାଜନାଥ ସିଂହ ଶନିବାର ଦିଲ୍ଲୀ ବିଧାନସଭାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଓ ମହାମନା

ପଣ୍ଡିତ ମଦନ ମୋହନ ମାଲଭୀୟଙ୍କ ଚିତ୍ରର ଅନାବରଣ କରିଛନ୍ତି। ଏହା ସହ ପ୍ରତିରକ୍ଷାମନ୍ତ୍ରୀ ‘ଭାରତ ମାତା’ ଶୀର୍ଷକରେ ପ୍ରକାଶିତ ଏକ

ବିଶେଷ କଫି ଟେବୁଲ୍ ବୁକ୍‌ର ମଧ୍ୟ ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ରକ୍ଷାମନ୍ତ୍ରୀ ସିଂହ କହିଛନ୍ତି

ଯେ, ଉଭୟ ନେତା ରାଜନୀତିକୁ ଜନସେବାର ମଞ୍ଚ ଭାବେ ଗଢ଼ିଥିଲେ। ଉଭୟ ନେତା

ସ୍ୱାଧୀନତା ସଂଗ୍ରାମକୁ ଗଭୀରଭାବେ ଅନୁଭବ କରିଥିଲେ। ଏହି ମହାପୁରୁଷମାନଙ୍କ ଚିତ୍ରର ଅନାବରଣ

ହେବା ଗୌରବର କଥା। ରାଷ୍ଟ୍ର ଆଦର୍ଶ ଦ୍ୱାରା ମହାନ ହୁଏ। ମାଳଭୀୟଜୀ ଶିକ୍ଷାକୁ ରାଷ୍ଟ୍ର ଗଠନର

ମାଧ୍ୟମ କରିଥିଲେ ଏବଂ ଅଟଳଜୀ ରାଜନୀତିକୁ ଜନସେବାର ମାଧ୍ୟମ କରିଥିଲେ।

‘ଭାରତ ମାତା’ କଫି ଟେବୁଲ୍ ବୁକ୍

ଭାରତୀୟ ଜାତୀୟତାବାଦର ଧାରଣାକୁ ବିଭିନ୍ନ କଳାତ୍ମକ ଓ ସାଂସ୍କୃତିକ ଅଭିବ୍ୟକ୍ତି ମାଧ୍ୟମରେ

ପ୍ରସ୍ତୁତ କରୁଥିବା ଏକ ସୁଚିନ୍ତିତ ପ୍ରକାଶନ। ଏଥିରେ ଚୟନିତ ଚିତ୍ରକଳା, ସ୍ଥାପତ୍ୟ ଏବଂ ସାହିତ୍ୟିକ କୃତିମାନଙ୍କୁ ସଂକଳନ କରାଯାଇଛି, ଯାହା ପିଢ଼ି ପରେ ପିଢ଼ି ଭାରତର ଏକତା, ସାଂସ୍କୃତିକ ଗୌରବ ଓ ଜାତୀୟ ପରିଚୟକୁ ସୁଦୃଢ଼ କରିବାରେ କଳାର

ଭୂମିକାକୁ ଉଜାଗର କରିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

ରେଖା ଗୁପ୍ତା, ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ

ବିଜେନ୍ଦ୍ର ଗୁପ୍ତା ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଅଧ୍ୟକ୍ଷ ଏବଂ ହିନ୍ଦୁସ୍ଥାନ

ସମାଚାରର ଗ୍ରୁପ ସମ୍ପାଦକ ରାମବହାଦୁର ରାୟ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ବିଧାନସଭା କାର୍ଯ୍ୟମନ୍ତ୍ରୀ ପ୍ରବେଶ ସାହିବ ସିଂହ ଏବଂ ବିଧାନସଭାର ଉପାଧ୍ୟକ୍ଷ

ମୋହନ ସିଂହ ବିଷ୍ଟ ସହ ଅନ୍ୟାନ୍ୟ ବିଧାୟକ ଓ ପରିଷଦ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande