
ସମ୍ବଲପୁର, ୦୩ ଜାନୁଆରୀ(ହି.ସ.) – ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ଅବସରରେ ଆସନ୍ତା ଜାନୁଆରୀ ୦୫ ତାରିଖ ଓ ୦୬ ତାରିଖ ଦିନ ପିଏଚଡି ପଡ଼ିଆ ପରିସରରେ ଆଲୋଚନାଚକ୍ର ଆୟୋଜିତ ହେବ। ଆଲୋଚନାଚକ୍ରର ପ୍ରଥମ ଦିନ ପ୍ରଥମ ଅଧିବେଶନରେ ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟ, ଲୋକ ସଂସ୍କୃତି ଓ ଲୋକପର୍ବ’ ଉପରେ ଆଲୋଚନା କରାଯିବ। ଦ୍ୱିତୀୟ ଅଧିବେଶନରେ ‘ପଶ୍ଚିମ ଓଡ଼ିଶାର ଲୋକନାଟ୍ୟ ପରମ୍ପରା’ ବିଷୟ ଆଲୋଚକମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆଲୋଚନାଚକ୍ରର ଦ୍ୱିତୀୟ ତଥା ଲୋକ ମହୋତ୍ସବର ଅନ୍ତିମ ଦିନ ୦୬ ତାରିଖ ଆଲୋଚନାଚକ୍ରର ପ୍ରଥମ ସଂପାନରେ ପଶ୍ଚିମ ଓଡ଼ିଶାର ଲୋକ କ୍ରୀଡ଼ା, ଲୋକ ଚିକିତ୍ସା ଓ ଲୋକ ଚିତ୍ରକଳା’ ବିଷୟ ଉପରେ ଆଲୋଚନା ରହିଥିବାବେଳେ ଦ୍ୱିତୀୟ ଅଧିବେଶନରେ ଲୋକ ସଂସ୍କୃତି ଆଧାରିତ କବିତା ପାଠୋତ୍ସବ ହେବ। ଆଲୋଚନାଚକ୍ରରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଲୋକ ସଂସ୍କୃତିବିତ୍ମାନେ ଉପସ୍ଥିତ ରହି ଆଲୋଚନା କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ତେଣୁ ଏହି ଆଲୋଚନାଚକ୍ରରେ ବହୁ ସଂଖ୍ୟାରେ ସଂସ୍କୃତିପ୍ରେମୀ, ଗବେଷକ ତଥା କବି ଓ ଆଗ୍ରହୀ ଜନସାଧାରଣଙ୍କୁ ଯୋଗଦେବା ନିମନ୍ତେ ଆଲୋଚନାଚକ୍ର ଆବାହକ ପ୍ରଦୀପ କୁମାର ପଣ୍ଡା, ସହ ଆବାହକ ସୌମିକ ବାବୁ ଓ ଭବତୋଷ ବିଶି ଏବଂ ନୋଡାଲ ଅଫିସର ଅଭିଜିତ୍ ମହାନ୍ତି ଓ ରବିନ୍ଦ୍ର ଦଳେଇ ଅନୁରୋଧ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ