
ଜଗଦଲପୁର, ୦୩ ଜାନୁଆରୀ(ହି.ସ.) – ଛତିଶଗଡ଼ର ବସ୍ତର ସମ୍ଭାଗର ଆଇଜି ସୁନ୍ଦରରାଜ ପି. ଶନିବାର ଦିନ କହିଛନ୍ତି ଯେ ସୁରକ୍ଷାବଳଙ୍କୁ ନକ୍ସଲ ଉନ୍ମୁଳନରେ ନିର୍ଣ୍ଣାୟକ ସଫଳତା ମିଳିଛି। ୨୦୨୫ ବର୍ଷରେ ହୋଇଥିବା ୧୦୦ ସଂଘର୍ଷରେ ମୋଟ ୨୫୬ ନକ୍ସଲି ମୃତ୍ୟୁବରଣ କରିଛନ୍ତି ଏବଂ ୧୫୭୩ ହିଂସା ଛାଡ଼ି ମୁଖ୍ୟଧାରାରେ ସାମିଲ୍ ହୋଇଥିବାବେଳେ ୮୯୮ ନକ୍ସଲିଙ୍କୁ ଗିରଫ କରାଯାଇଛି।
ବସ୍ତର ସମ୍ଭାଗର ଆଇଜି ସୁନ୍ଦରରାଜ ଆଜି ସାମ୍ବାଦିକ ସମ୍ମିଳନୀରେ ବର୍ଷସାରାର ନକ୍ସଲି ଉନ୍ମୁଳନ କାର୍ଯ୍ୟାନୁଷ୍ଠାର ସଂଖ୍ୟା ଜାରି କରି ସଂଘର୍ଷରେ ମୃତ୍ୟୁବରଣ କରିଛନ୍ତି, ଗିରଫ କରାଯାଇଥିବା ଏବଂ ଆତ୍ମସମର୍ପଣ କରିଥିବା ନକ୍ସଲିଙ୍କ ସଂଖ୍ୟା କହିଛନ୍ତି। ଏହାସହିତ ସେ କହିଛନ୍ତି ଯେ ସୁରକ୍ଷାବଳ ବର୍ଷସାରାରେ ୬୭୭ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏହାବ୍ୟତୀତ ସୁରକ୍ଷା ବଳ ୮୯୪ ଆଇଇଡି ମଧ୍ୟ ଖୋଜି ନିଷ୍କ୍ରିୟ କରିଛନ୍ତି, ଯାହାଦ୍ୱାରା ବଡ଼ ଘଟଣା ଟଳିଯାଇଛି। ସେ କହିଛନ୍ତି ଯେ ବସ୍ତରରେ ସୁରକ୍ଷାବଳଙ୍କ ପାଇଁ ୨୦୨୫ ବର୍ଷ ସଫଳ ରହିଛି। ଏଥିରେ ମୋଟ ୧୦୦ ସଂଘର୍ଷ ହୋଇଛି. ଯେଉଁଥିରେ ୨୫୬ ନକ୍ସଲି ମୃତ ହୋଇଛନ୍ତି। ଏହି ସମୟରେ ୮୯୮ ନକ୍ସଲିଙ୍କୁ ଗିରଫ କରାଯାଇଛି ଏବଂ ୧୫୭୩ ନକ୍ସଲମାନେ ହିଂସାର ରାସ୍ତା ଛାଡ଼ି ପୁନର୍ବାସ ନୀତିକୁ ଆପଣେଇଛନ୍ତି।
ସେ କହିଛନ୍ତି ଯେ ଏହି ସଂଘର୍ଷରେ ସୁରକ୍ଷାବଳଙ୍କୁ ବଳିଦାନ ମଧ୍ୟ ଦେବାକୁ ପଡ଼ିଛି। ୨୦୨୫ ବର୍ଷରେ ବସ୍ତର କ୍ଷେତ୍ରରେ ୨୩ ଜବାନ ସହୀଦ ହୋଇଛନ୍ତି ଏବଂ ନକ୍ସଲି ହିଂସାରେ ୪୬ ସାଧାରଣ ନାଗରିକଙ୍କ ମଧ୍ୟ ଜୀବନ ଯାଇଛି। ସେ କହିଛନ୍ତି ଯେ ଫୋର୍ସର ଫୋକସ ଅପରେଶନ ସହିତ ପୁନର୍ବାସ ଉପରେ ମଧ୍ୟ ରହିଛି। ସେ ଭରସା କରିଛନ୍ତି ଯେ ୨୦୨୬ରେ ବସ୍ତରକୁ ଆହୁରି ସୁରକ୍ଷିତ ବନାଇବାର ଦିଗରେ କାର୍ଯ୍ୟାନୁଷ୍ଠାନ ତୀବ୍ର ରହିବ।
ବସ୍ତର ଆଇଜି ୫ବର୍ଷରେ ନିଜର ଶହାଦତ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି ଯେ ୨୦୨୬ରେ ଏକ ବଡ଼ ନିଷ୍ପତି ନିଆଯାଇଛି, ଯେଉଁଥିରେ କୌସି ପ୍ରକାର ହେଉଥିବା ସଂଘର୍ଷରେ ଆମର ସୈନିକଙ୍କୁ କୌଣସି ପ୍ରକାର କୌଣସି କ୍ଷତି ହେବାକୁ ଦେବେନାହିଁ। ଏଥିପାଇଁ ପୂର୍ଣ୍ଣଭାବେ ରଣନୀତି ପ୍ରସ୍ତୁତ କରାଯାଇଛି। ଏହାସହ ଶେଷରେ ବଂଚିଥିବା ନକ୍ସଲି କୈଡରୋଙ୍କୁ ଏହାକୁ ମଧ୍ୟ ଜଲ୍ଦି ଶେଷ କରି ବସ୍ତରକୁ ପୁରାମାତ୍ରାରେ ନକ୍ସଲ ମୁକ୍ତ କରିଦିଆଯିବ।
ସେ ବର୍ଷସାରା ଜାରି ସଂଖ୍ୟାରେ କହିଛନ୍ତି ଯେ ଦୁଇଚକିଆ ବାହନ ହେଉ ବା ପୁଣି ବଡ଼ ବାହନ ଯାତାୟାତ ନିୟମର ପାଳନ ନକରି ଆହୁରି ନିଜ ବାହନକୁ ଦୌଡ଼ାନ୍ତି, ଯେଉଁ କାରଣରୁ ଏପରି ବଡ଼ ଘଟଣା ଦେଖିବାକୁ ମିଳେ। ଏହାବ୍ୟତୀତ କେତେକ ଏପରି ଲୋକ ଅଛନ୍ତି, ଯେଉଁମାନେ ରାତିକୁ ବାହନ ଚଳାଇବା ସମୟରେ ହଠାତ୍ ଆସିଥିବା ଝଟ୍କା କାରଣରୁ କେତେଥର ବଡ଼ ଦୁର୍ଘଟଣା ଘଟିତ ହୁଏ। ଅନ୍ୟପକ୍ଷରେ କେତେଥର ଅନ୍ୟ କାରଣରୁ ଏକାସହିତ କେତେକ ଲୋକଙ୍କ ନିଜର ଜୀବନ ଦେବାକୁ ପଡ଼େ।
ସେ କହିଛନ୍ତି ଯେ ଦେଖାଯାଏ ଯେ ବର୍ଷ ୨୦୨୧ରେ ହୋଇଥିବା ଦୁର୍ଘଟଣାରେ ୭୩୦ ଲୋକଙ୍କ ମୃତ୍ୟୁ ହୋଇଛିଥିବାବେଳେ ୨୦୨୨ରେ ୭୪୦, ୨୦୨୩ରେ ୮୩୭, ୨୦୨୪ରେ ୮୩୦ ବର୍ଷ ୨୦୨୫ରେ ୭୮୨ ଲୋକ ନିଜର ଜୀବନ ହରାଇଛନ୍ତି। ଗତ ମାସରେ ଏହି ସଡ଼କ ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ଦ୍ୱାରା ପଂଡରିପାନୀ ପାଖରେ ଏକ ମୋଟର ସାଇକେଲ୍ ଆରୋହୀଙ୍କୁ ଧକ୍କା ମାରିଥିଲା, ଯେଉଁଥିରେ ଦୁଇ ଏମ୍ବିବିଏସ୍ ଡାକ୍ତରଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାବ୍ୟତୀତ ଅନ୍ୟ ସଡ଼କରେ ମଧ୍ୟ ଦୁର୍ଘଟଣା ଲଗାତାର ଦେଖିବାକୁ ମିଳୁଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି