
ଭଦ୍ରକ, ୩ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଆଥ୍ ଲେଟିକ ସଂଘ ଆନୁକୂଲ୍ୟରେ , ରାମେଶ୍ୱର ପଡିଆ ,ରାନ୍ଦିଆ ଠାରେ ୨ ଜାନୁଆରୀ ରୁ ଆରମ୍ଭ ହୋଇ ୧୩ ଜାନୁଆରୀ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତାର ଉଦଘାଟନ ମ୍ୟାଚ୍ ରେ ଜଗନ୍ନାଥପୁର ଫୁଟବଲ୍ କ୍ଲବ ଭଦ୍ରକ ଓ ଚାନ୍ଦବାଲି ଏନ୍ଏସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ଜଗନ୍ନାଥପୁର ୩/୨ ଗୋଲ୍ ରେ ଚାନ୍ଦବାଲି କୁ ପରାସ୍ତ କରିଥିଲା । ଏହି ପ୍ରତିଯୋଗିତା ରେ ଅତିଥି ରୂପେ ଏସ୍ ବି ଡି ଇଂଟରନେସନାଲ୍ ସ୍କୁଲ ର ପ୍ରତିଷ୍ଠାତା ଓ ସମାଜସେବୀ ଆନନ୍ଦାନନ୍ଦ ଦୀକ୍ଷିତ୍ ଓ ବରିଷ୍ଠ ନାଗରିକ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।ଏହି ପ୍ରତିଯୋଗିତା ଟି ଭଦ୍ରକ ଆଥିଲେଟିକ ସଂଘ ର ସଂପାଦନ ଧିରେନ୍ ପଲାଇ ଙ୍କ ତତ୍ୱାବଧାନ ରେ ସୌମ୍ୟକାନ୍ତ ଉପାଧ୍ୟାୟ ଙ୍କ ଦ୍ୱାରା ପରିଚାଳନା କରାଯାଇଛି। ଏହି ମ୍ୟାଚ କୁ ରବିନାରାୟଣ ଓଝା ,ଉତମ ବାରିକ , ସଂଗ୍ରାମୀ ଦେବଦଉ ନାୟକ ଓ ମହେଶ୍ୱର ପତି ପ୍ରମୁଖ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ