
କେନ୍ଦ୍ରାପଡ଼ା, ୦୩ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ଚାଷୀ ମୁଗ ଫସଲ ଉପରେ ନିର୍ଭର କରନ୍ତି। କିନ୍ତୁ ଚଳିତ ବର୍ଷ କେନାଲରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ନଛାଡ଼ିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରତ୍ୟେକ ବର୍ଷ ଡାଳୁଅ ଧାନ କଟା ସରିବା ପରେ ଚାଷୀମାନେ ରବି ଫସଲ ପାଇଁ ଚାଷ ବିଲକୁ ପ୍ରସ୍ତୁତ କରିଥାନ୍ତି। ଚାଷ ଜମିରେ ଜଳ ସେଚନ ଅଭାବରୁ ମାଟି ଶୁଖି ଫାଟି ଯାଉଥିବାବେଳେ ମୁଗ ବିରି ଭଳି ଲାଭ ଜନକ ଫସଲ କରିବାକୁ ଅଂଟା ଭିଡ଼ିଥିବା ଚାଷୀ ନିରାସ ହୋଇ ପଡିଛନ୍ତି। ଜିଲ୍ଲାର ୯ଟି ବ୍ଲକରେ ହଜାର ହଜାର ଚାଷୀ କେନାଲରେ ପାଣିକୁ ଅପେକ୍ଷା କରି ବସି ରହିଥିବାବେଳେ ମୁଗ ଚାଷ କରିପାରୁ ନାହାଁନ୍ତି। ତୁରନ୍ତ ଜଳ ସମ୍ପଦ ବିଭାଗ କେନାଲରେ ପାଣି ଛାଡ଼ିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ସାମାଜିକ ବିକାଶ ପରିଷଦ ସଭାପତି ରଶ୍ମିରଂଜନ ଚୈାଧୁରୀଙ୍କ ନେତୃତ୍ୱରେ ରଂଜନ ରାଉତ, ହିମାଂଶୁ ଭୂଷଣ ନନ୍ଦ, ପ୍ରଦିପ ରାଉତ, ସୁବୋଧ କୁମାର ଦାସ, ଗୋବିନ୍ଦ ମଲିକ, ଉମେଶ ପାଢ଼ି, ବିଳ୍ପବ ମହାନ୍ତିଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନାଙ୍କୁ କେନାଲରେ ପାଣି ଛାଡ଼ିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି