ରାଜଧାନୀରେ ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍
ଭୁବନେଶ୍ୱର, ୦୩ ଜାନୁୟାରୀ (ହି.ସ)- ଭୁବନେଶ୍ୱରରେ ଆମ ବସ୍ ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି। ଘଟଣାକୁ ନେଇ ତୀବ୍ର ଉତେଜନା ଦେଖାଦେଇଛି। ଯାହା ପରେ ଘଟଣାସ୍ଥଳରେ ଡିସିପି ଜଗମୋହନ ମୀନା ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଉତ୍ୟକ୍ତ ଲୋକେ ରାସ୍
ରାଜଧାନୀରେ ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍


ଭୁବନେଶ୍ୱର, ୦୩ ଜାନୁୟାରୀ (ହି.ସ)- ଭୁବନେଶ୍ୱରରେ ଆମ ବସ୍ ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି। ଘଟଣାକୁ ନେଇ ତୀବ୍ର ଉତେଜନା ଦେଖାଦେଇଛି। ଯାହା ପରେ ଘଟଣାସ୍ଥଳରେ ଡିସିପି ଜଗମୋହନ ମୀନା ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଉତ୍ୟକ୍ତ ଲୋକେ ରାସ୍ତା ରୋକ୍ କରିଥିବା ବେଳେ ଡିସିପି ପହଂଚି ବୁଝାସୁଝା କରିବା ପରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି ପରିସ୍ଥିତି।

ସୂଚନା ଅନୁଯାୟୀ, ରୂପାଲି ଛକ ଟ୍ରାଫିକରେ ଗୋଟିଏ ଶିକ୍ଷାନୁଷ୍ଠାନର ବସ୍ ଠିଆ ହୋଇରହିଥିଲା । ତାପଛକୁ ଅଟୋରେ ଜଣେ ମହିଳା ଯାତ୍ରୀଙ୍କ ସହ ଡ୍ରାଇଭର ଥିଲେ । ଏହି ସମୟରେ ଆମ ବସ୍ ଦ୍ରୁତଗତିରେ ଆସି ଅଟୋ ପଛରୁ ଧକ୍କା ଦେଇଥିଲା। ଅଟୋଟି ସାମନାରେ ଥିବା ବସ୍ ମଧ୍ୟରେ ଚାପି ହୋଇଯାଇଥିଲା। ଯାହାଫଳରେ ଅଟୋରେ ଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଏହାକୁ ନେଇ ରୂପାଲି ଛକରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande