ରୋଜଗାର ଭିତ୍ତିକ ନିଯୁକ୍ତି କର୍ମଶାଳା ଅନୁଷ୍ଠିତ
ପୁରୀ, ୩ ଜାନୁଆରୀ (ହି.ସ.)- ସ୍ଥାନୀୟ ଉତ୍କଳ ବାଳାଶ୍ରମ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ରୋଜଗାର ଭିତ୍ତିକ ନିଯୁକ୍ତି ସମ୍ବନ୍ଧୀୟ ଏକ ଯୁବ ଅନ୍ତେବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ. ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ, ଶି
ରୋଜଗାର ଭିତ୍ତିକ ନିଯୁକ୍ତି କର୍ମଶାଳା ଅନୁଷ୍ଠିତ


ପୁରୀ, ୩ ଜାନୁଆରୀ (ହି.ସ.)- ସ୍ଥାନୀୟ ଉତ୍କଳ ବାଳାଶ୍ରମ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ରୋଜଗାର ଭିତ୍ତିକ ନିଯୁକ୍ତି ସମ୍ବନ୍ଧୀୟ ଏକ ଯୁବ ଅନ୍ତେବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ. ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷତା କରିଥିଲେ। ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହିତ ଯୁବ ଅନ୍ତେବାସୀମାନେ ସେମାନଙ୍କ ପରିବାର ସମୃଦ୍ଧିକରଣ ନିମନ୍ତେ ଯୋଗଦାନ ତଥା ନିଜର ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୨୫ ରୁ ଉର୍ଦ୍ଧ ବୈଷୟିକ ଶିକ୍ଷାପ୍ରାପ୍ତ ଉତ୍ତର ଯତ୍ନ ଓ ଶିଶୁ ଯତ୍ନ ଅନୁଷ୍ଠାନର ଯୁବ ଅନ୍ତେବାସୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୭ ଜଣ ରୋଜଗାର ଭିତ୍ତିକ ନିଯୁକ୍ତି ନିମନ୍ତେ ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟ କରୁଥିବା ଯୁବକ ମାନେ ପୂର୍ବରୁ ଶିଶୁ ଯତ୍ନ ଅନୁଷ୍ଠାନ ଓ ଉତ୍ତର ଯତ୍ନରେ ରହିଥିବା କାରଣରୁ ତାଙ୍କ ପୂର୍ବ ଓ ପରବର୍ତ୍ତୀ ଜୀବନ ତଥା କାର୍ଯ୍ୟ କ୍ଷେତ୍ରରେ ଥିବା ଆହ୍ୱାନ ଓ ସମାଧାନ କରିବାର କୌଶଳ ବିଷୟରେ ଆଲୋଚନା କରାଯାଇଥିଲା। ରୋଜଗାର ସଞ୍ଚୟ କରିବା, ଅର୍ଥର ସଦ୍ ବିନିଯୋଗ, ଉଚ୍ଚତର ଶିକ୍ଷା, ପରିବାର ସହ ସମ୍ପର୍କ ସ୍ଥାପନ, ସ୍ୱାସ୍ଥ୍ୟ ବୀମା ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା। ଏହାପରେ ବୈଷୟିକ ଶିକ୍ଷା ସମାପ୍ତ କରି ନିଯୁକ୍ତି ପାଇଁ ଯାଉଥିବା ୭ଜଣ ଯୁବ ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ ଯୋଗ ଦେଇଥିଲେ। ଶିଶୁ ମଙ୍ଗଳ ସମିତି ସଦସ୍ୟ ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ, ଉପେନ୍ଦ୍ର ବିଶ୍ୱାଳ, ଚାଇଲଡ ହେଲ୍ପ ଲାଇନ ସଂଯୋଜକ କୃଷ୍ଣଚନ୍ଦ୍ର ମିଶ୍ର, ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ ଓ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଷୟିକ ଶିକ୍ଷା ଭିତିକ ନିଯୁକ୍ତି ଦ୍ଵାରା ଏହି ଯୁବ ଅନ୍ତେବାସୀମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande