ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ- ପରିବହନ ମନ୍ତ୍ରୀ
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇ ବାଧ୍ୟତାମୂଳକ ନୁହେଁ । ଏଇ ମାସରେ ସମସ୍ତ ଆରଟିଓରେ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ। ଗ୍ରୀନ ଷ୍ଟିକର କେବଳ ଏକ ସୂଚକ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ଏଥିପାଇଁ କୌଣସି ଅତ୍ୟଧିକ ବୋଝ
ବିଭୂତି ଭୂଷଣ ଜେନା


ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ଗ୍ରୀନ ଷ୍ଟିକର ଗାଡ଼ିରେ

ଲଗାଇ ବାଧ୍ୟତାମୂଳକ ନୁହେଁ । ଏଇ ମାସରେ ସମସ୍ତ ଆରଟିଓରେ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର

ଦିଆଯିବ। ଗ୍ରୀନ ଷ୍ଟିକର କେବଳ ଏକ ସୂଚକ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ। ପଲ୍ୟୁସନ୍

ପ୍ରମାଣପତ୍ର ଦେବା ବେଳେ ଗ୍ରୀନ ଷ୍ଟିକର ଦେଲେ ଭଲ କିନ୍ତୁ ଅଧିକ ବୋଝ ନ ହେଉ ବୋଲି ଆମେ ଏହାକୁ

ଅଲଗା ରଖୁଛୁ। ନିୟମ ଯେଉଁଥିରେ ଲୋକ ସମସ୍ୟା ସମ୍ମୁଖୀନ ହେବେ ତାକୁ ସରଳୀକରଣ କରାଯିବ ବୋଲି

ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande