ଚିଲିକା ପାଇଁ 1500ରୁ  2 ହଜାର କୋଟିର ଡିପିଆର
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ନୂଆରୂପ ପାଇବ ଚିଲିକା । ଚିଲିକାର ପେରି ଫେରିକୁ ଡେଭଲପମେଣ୍ଟ କରାଯିବ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବା ସହ ସୌନ୍ଦର୍ଯ୍ୟ କରଣ କରାଯିବ । ଚିଲିକା ପାଇଁ 1500 ରୁ 2 ହଜାର କୋଟିର ଡିପିଆର ପ୍ରସ୍ତୁତ ହେଉଛି । ଚିଲିକା ହ୍ରଦ ରାମସାର ସାଇଡ
ଚିଲିକା


ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ନୂଆରୂପ ପାଇବ ଚିଲିକା । ଚିଲିକାର ପେରି ଫେରିକୁ ଡେଭଲପମେଣ୍ଟ କରାଯିବ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବା ସହ ସୌନ୍ଦର୍ଯ୍ୟ

କରଣ କରାଯିବ । ଚିଲିକା ପାଇଁ 1500 ରୁ 2 ହଜାର କୋଟିର ଡିପିଆର ପ୍ରସ୍ତୁତ ହେଉଛି ।

ଚିଲିକା ହ୍ରଦ ରାମସାର ସାଇଡ ହିସାବରେ

ବିଶ୍ୱରେ ପରିଚିତ । ଚିଲିକା ଆଉ ଥରେ ପୁନର୍ଜୀବିତ ହେବ । ବିଭିନ୍ନ ପର୍ଯ୍ୟାୟରେ ଚିଲିକା ଉନ୍ନୟନ ପରିଷଦ ଓ

ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଆଲୋଚନା ହୋଇଛି ।

ଏବେ ଆଇଆଇଟିମାଡ୍ରାସ୍ ଓଷନୋଗ୍ରାଫି

ସହିତ ଚିଲିକା ଉନ୍ନୟନ ପରିଷଦ ତରଫରୁ ବୁଝାମଣା ସ୍ବାକ୍ଷରିତ ହୋଇଛି । ଖୁବଶୀଘ୍ର ଏଥିପାଇଁ ଡିପିଆରପ୍ରସ୍ତୁତ ହେଉଛି । ଚିଲିକାର ସମ୍ପୂର୍ଣ୍ଣ ପୁନଃବିନ୍ୟାସ କରାଯିବ ।

ଚିଲିକାର ପେରି ଫେରିକୁ ଡେଭଲପମେଣ୍ଟ କରାଯିବ । ଅବରୋଧ ମୁକ୍ତ କରିବା ସହିତ ସୌନ୍ଦର୍ଯ୍ୟ

କରାଯିବ । 1500 ରୁ 2 ହଜାର କୋଟିର ଡିପିଆର ପ୍ରସ୍ତୁତ ହେଉଛି । ବିଭିନ୍ନ ଦିଗକୁ ନେଇ

ଆଲୋଚନା ହୋଇଛି । ଚିଲିକାକୁ କ୍ଷତି ପହଞ୍ଚାଯିବନି

। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ

। ପ୍ରକଳ୍ପ ରିପୋର୍ଟ ଆଜି ଉପସ୍ଥାପନ କରାଯାଇଛି । ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ପୂର୍ତ୍ତ

ମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ପୁରୀ ସାଂସଦ ସମ୍ବିତ ପାତ୍ର, ଚିଲିକା

ଉନ୍ନୟନ କର୍ତ୍ତୁପକ୍ଷଙ୍କ ଓ ଆଇଆଇଟିମାଡ୍ରାସ ଉପସ୍ଥିତ ଥିଲେ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ

ପ୍ରଦାନ କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande