
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ଏବିଭିପିର ପୂର୍ବତନ
ଜାତୀୟ ଅଧ୍ୟକ୍ଷ ପ୍ରଫେସର ଅଶୋକ ଗଜାନନ ମୋଡକଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ଜାତୀୟ ଅଧ୍ୟକ୍ଷ
ପ୍ରଫେସର ଅଶୋକ ଗଜାନନ ମୋଡକ ଜୀଙ୍କ ବିୟୋଗ ମୋ ପରି କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକ
ଗଭୀର ବ୍ୟକ୍ତିଗତ କ୍ଷତି ଅଟେ । ତାଙ୍କର ବିଚାର, ଆଚରଣ ଓ ସଂଗଠନାତ୍ମକ ପ୍ରତିବଦ୍ଧତା ମାଧ୍ୟମରେ ସେ ଛାତ୍ର ଆନ୍ଦୋଳନକୁ
ଦିଗନିର୍ଦ୍ଦେଶ ଦେଇଥିଲେ ଏବଂ ରାଷ୍ଟ୍ରସେବାକୁ ଜୀବନର ସଂକଳ୍ପ ଭାବେ ଗ୍ରହଣ କରିଥିଲେ। ଗୁରୁ
ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ନିଜ ଦାୟିତ୍ୱ ପାଳନ କରି ସେ ଶୈକ୍ଷିକ
ଶିଷ୍ଟାଚାର ଓ ଗବେଷଣା ସଂସ୍କୃତିକୁ ମଜବୁତ ଦିଗ ଦେଇଥିଲେ।
ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ତାଙ୍କୁ
ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ, ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକାକୁଳ ପରିବାର ସହ
କାର୍ଯ୍ୟକର୍ତ୍ତାମାନଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା