
ଭୁବନେଶ୍ୱର, 03 ଜାନୁଆରି (ହି.ସ.)
ରାଜଧାନୀରେ ପାଳିତ ହେଉଛି ଓଡ଼ିଶାର
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକଙ୍କ ଜନ୍ମ
ଶତ ବାର୍ଷିକୀ ସମାରୋହ । ୟୁନିଟ ୩ କ୍ୟାପିଟାଲ ହାଇସ୍କୁଲରେ ଧୁମଧାମରେ ଏହି ସମାବେଶ
ପାଳନ କରାଯାଉଛି । ଜାନକୀ ବଲ୍ଲବ ପଟ୍ଟନାୟକ ଜାତୀୟ ତଥା ରାଜ୍ୟ ରାଜନୀତିର ଜଣେ ଚର୍ଚିତ ଚେହେରା
ଥିଲେ । ଇନ୍ଦିରା ଗାନ୍ଧୀଙ୍କ ସରକାରରେ ସେ ଦୁଇ ଥର କେନ୍ଦ୍ର ମନ୍ତ୍ରୀ ରହିଥିବା ସହ 3 ଥର ଓଡିଶାର ମୁଖ୍ୟମନ୍ତ୍ରୀ, ଥରେ ବିରୋଧୀ ଦଳ ନେତା ଓ ଆସନର ରାଜ୍ୟପାଳ ରହିଥିଲେ । ଆଜିର
କାର୍ଯ୍ୟକ୍ରମରେ ଜାତୀୟ କଂଗ୍ରେସର ବରିଷ୍ଠ ନେତା
ଏମ୍ ବିରାପା ମୋଇଲି, ରନ୍ଦୀପ
ସୁରଜେ ୱାଲା, ମୁଖ୍ୟମନ୍ତ୍ରୀ ମହୋନ ମାଝୀ,,ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ
ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ
କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବ । ଏହା ଛଡା ରାଜନୈତିକ ଦଳର ନେତା, ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ, କଳାକାର, ବିଭିନ୍ନ
ସମ୍ପ୍ରଦାୟର ଲୋକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଓଡ଼ିଶାର ବିକାଶକୁ ଆଗେଇ
ନେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର, ଫଟୋ ଚିତ୍ର ପ୍ରଦର୍ଶନୀ ଓ ପୁସ୍ତକ ଉନ୍ମୋଚନ କରାଯାଇ ତାଙ୍କର ସ୍ମୃତି
ଚାରଣ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା