ମୋଟର କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ
ପୁରୀ, ୦୩ ଜାନୁଆରି (ହି.ସ.) - ସର୍ବ ଭାରତୀୟ ଶ୍ରମିକ ସଙ୍ଗଠନ ଏ.ଆଇ.ଟି.ୟୁ.ସି ସହ ବନ୍ଧିତପୁରୀର ନୀଳଗିରି ମୋଟର କର୍ମଚାରୀ ସଙ୍ଘର ୪୪ତମ ବାର୍ଷିକ ଉତ୍ସବ ପୁରୀ ବସଷ୍ଟାଣ୍ଡପରିସରରେ ଗତକାଲି ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘରସାଧାରଣ ସମ୍ପାଦକ ଅଜୟ କୁମାର ମିଶ୍ର ବିବରଣୀ ଉପ
ମୋଟର କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ


ପୁରୀ, ୦୩ ଜାନୁଆରି (ହି.ସ.) - ସର୍ବ ଭାରତୀୟ ଶ୍ରମିକ ସଙ୍ଗଠନ ଏ.ଆଇ.ଟି.ୟୁ.ସି ସହ ବନ୍ଧିତପୁରୀର ନୀଳଗିରି ମୋଟର କର୍ମଚାରୀ ସଙ୍ଘର ୪୪ତମ ବାର୍ଷିକ ଉତ୍ସବ ପୁରୀ ବସଷ୍ଟାଣ୍ଡପରିସରରେ ଗତକାଲି ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘରସାଧାରଣ ସମ୍ପାଦକ ଅଜୟ କୁମାର ମିଶ୍ର ବିବରଣୀ ଉପସ୍ଥାପନ କରିବା ସହ ଅତିଥିମାନଙ୍କୁସ୍ୱାଗତ କରିଥିଲେ। ସଙ୍ଘର ସଭାପତି ତଥା ଏ.ଆଇ.ଟି.ୟୁ.ସି.ର ଜାତୀୟ ସମ୍ପାଦକକମ୍ରେଡ୍ ରାମକୃଷ୍ଣ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ ଯେ ବର୍ତମାନର କେନ୍ଦ୍ରସରକାର ଆଦାନୀ, ଆଶ୍ୱିନୀ ଭଳି ବହୁ ପୁଞ୍ଜିପତିଙ୍କ ସ୍ୱାର୍ଥ ହାସଲ କରିବାରେଲାଗିପଡ଼ିଛନ୍ତି। ବ୍ରିଟିଶ ଅମଳରୁ ଆମ ଦେଶର ଶ୍ରମିକଶ୍ରେଣୀ ରକ୍ତକ୍ଷୟୀ ଆନ୍ଦୋଳନ କରିଯାହା ସବୁ ଅଧିକାର ହାସଲ କରିଥିଲେ ତାହାକୁ ମଧ୍ୟ କେନ୍ଦ୍ର ବିଜେପି ସରକାର ଅଚଳ କରିଦେଇଛନ୍ତି ।

ଦେଶର କଳକାରଖାନା, ଖଣି, ଖାଦାନ, ବ୍ୟାଙ୍କ, ବୀମା, ଜଳ, ଜମି, ଜଙ୍ଗଲଏପରିକି ରେଳବାଇ ଭଳି ଲାଭଜନକ ସଂସ୍ଥାମାନଙ୍କୁ ସାଗମାଛ ଦରରେ ପୁଞ୍ଜିପତିଙ୍କହାତରେ ଟେକି ଦେବାରେ ଲାଗିଛି। ଗରିବ ଖଟିଖ୍ ଲୋକଙ୍କ ଉପରେ ଟିକସ ବୋଝଲଦି ଦେଇଥିବା ବେଳେ ପୁଞ୍ଜିପତିଙ୍କ ହଜାର ହଜାର କୋଟି ଋଣ ଛାଡ଼ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧୨ ଘଂଟିଆ ଶ୍ରମ ଦିବସ ଆଇନ ପୁରୁଣା କାଳର ଦାସବ୍ୟବସ୍ଥା ଓ ଜମିଦାରୀ ବ୍ୟବସ୍ଥାର ଶୋଷଣକୁ ବଳିଯାଇଛି। ବିଜେପି ସରକାରର ୧୨ଘଂଟିଆ ଶ୍ରମ ଦିବସ ଆଇନ ସାରା ବିଶ୍ୱର ଶ୍ରମିକ ଶ୍ରେଣୀ ଓ ବୁଦ୍ଧିଜୀବୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ବେକାରୀ ଓ ଦରଦାମ ବୃଦ୍ଧି ଆଜି ଚରମ ସୀମାରେ ପହଂଚିଛି। ଉତ୍କଟ ବେକାରୀଯୋଗୁଁ ଭାରତୀୟ ପରିବାର ଗୁଡ଼ିକ ଭୀଷଣ ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି। ବଂଚିବାର ଦାବି ନେଇ ସାରା ଦେଶର ଶ୍ରମିକ, କୃଷକ ଓ ଯୁବ ସମାଜର ଜନ ଆନ୍ଦୋଳନତୀବ୍ର ହେବାରେ ଲାଗିଛି। ଜନ ବିଦ୍ରୋହକୁ ପ୍ରତିହତ କରିବା ପାଇଁ ବିଜେପି ସରକାର ଜାତିଧର୍ମ ନାମରେ ଭାରତୀୟ ସମାଜକୁ ଭାଗଭାଗ କରିବାକୁ ହୀନ ଉଦ୍ୟମ ଚଳାଇଛି। ଦେଶର ଏହି ଦୁର୍ଦ୍ଦିନ ଓ ଫାସିବାଦୀ ଶାସନ ବିରୁଦ୍ଧରେ ଏକ ମୁକ୍ତି ସଂଗ୍ରାମ ଚଳାଇବାକୁ ସେ ଆହ୍ୱାନ ଦେଇଥିଲେ। ଦେଶ ସ୍ୱାଧୀନତାର ୭୮ ବର୍ଷ ପରେ ବି ସବୁ ମୋଟରକର୍ମଚାରୀଙ୍କ ପାଇଁ ଭବିଷ୍ୟନିଧୂ ପାଣ୍ଠି ଓ ଚିକିତ୍ସା ଯୋଜନା ହୋଇ ପାରିନଥିବାରୁ କ୍ଷୋଭପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ,ସି.ଆଇ.ଟି.ୟୁ ନେତା ଜଗନ୍ନାଥ ଦେଓ, ବିଦ୍ୟୁତ କର୍ମଚାରୀ ସଂଘ ନେତା ଜୟକୃଷ୍ଣ ମଲ୍ଲିକ,ଶ୍ରମିକ ନେତା ପ୍ରଦୀପ୍ତ ମହାନ୍ତି, ହରିହର ହରିହର ସେନାପତି, ସଂଘ ନେତା ଭିକାରୀଚରଣ ସାହୁ, ବୃନ୍ଦାବନ ଦାଶ, ଆର୍ତତ୍ରାଣ ଦାଶ, ଚତୁର୍ଭୁଜ ପେଣ୍ଢେଇ, ଯଦୁମଣି ସାହୁ ଏବଂପ୍ରମୁଖ ଶ୍ରମିକ ନେତାମାନେ ସମସ୍ତ ମୋଟର କର୍ମଚାରୀଙ୍କୁ ଭବିଷ୍ୟନିଧ୍ ପାଣ୍ଠି ଓ ଚିକିତ୍ସାସୁବିଧା ଯୋଗାଇ ଦେବାକୁ ଦୃଢ଼ ଦାବି କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande