ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ପ୍ରଦାନ କରାଯାଇଛି 6 କୋଟି
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- 31 ଡିସେମ୍ବର ପୂର୍ବରୁ 28ଟି ନୂଆ ଏନଏସି ପାଇଁ ଘୋଷଣା ହୋଇଛି। ଚୂଡାନ୍ତ ବିଜ୍ଞପ୍ତି ବାହାରିଛି। ନୂଆ ଏନଏସି ପାଇଁ ସମସ୍ତ ବିଡ଼ିଓ ମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର ହୋଇଛି। ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ପାଇଁ 6 କୋଟ
କୃଷ୍ଣ ପାତ୍ର


ଭୁବନେଶ୍ୱର, 03 ଜାନୁଆରି (ହି.ସ.)- 31 ଡିସେମ୍ବର ପୂର୍ବରୁ 28ଟି ନୂଆ ଏନଏସି ପାଇଁ ଘୋଷଣା ହୋଇଛି। ଚୂଡାନ୍ତ ବିଜ୍ଞପ୍ତି ବାହାରିଛି। ନୂଆ ଏନଏସି ପାଇଁ

ସମସ୍ତ ବିଡ଼ିଓ ମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର ହୋଇଛି। ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ପାଇଁ 6 କୋଟି, ରାସ୍ତା

ପାଇଁ 50ଲକ୍ଷ, ଲାଇଟ ପାଇଁ 50ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏନଏସି ରୁ ଉନ୍ନୀତ ହୋଇଥିବା 7ଟି ମୁନିସିପାଲିଟି ପାଇଁ ମଧ୍ୟ ଅର୍ଥ ଦିଆଯାଇଛି। ସାନିଟେସନ, ଅଲୋକୀକରଣ ଭଳି ବିଭିନ୍ନ କାମ ପାଇଁ ଦେଢ଼ କୋଟି ଲେଖାଏଁ ପ୍ରଦାନ

କରାଯାଇଛି। ପୁରୀକୁ ମହାନଗର ନିଗମ ମାନ୍ୟତା ମିଳିଛି। ପୁରୀକୁ ଅନ୍ତର୍ଜାତୀୟ ସହର କରିବାକୁ

ଲକ୍ଷ୍ୟ ଅଛି। ନିକଟସ୍ଥ ବିଭିନ୍ନ ଅଞ୍ଚଳ ମିଶାଇକି କଳେବର ବଢ଼ିଛି। ପିକେଡିଏବଢିବ, ଟିପିସ୍କିମ ହେବ। ମଲ୍ଟି ପରପଜ ମାର୍କେଟ କମ୍ପ୍ଲେକ୍ସ ହେବ। ପୁରୀକୁ ଏକ

ଆଦର୍ଶ, ସୁନ୍ଦର ସହର କରିବାକୁ ଲକ୍ଷ୍ୟ ରହିଛି। ସାନିଟସନ ପାଇଁ 2କୋଟି, କଳେବର

ବଢିବା ପାଇଁ 2 କୋଟି, ଲାଇଟ ପାଇଁ 1 କୋଟି ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଆଉ ପଇସା ଦିଆଯିବ। ପୁରୀ,କଟକ, ପାରାଦୀପ

ଇକୋନୋମିକ ରିଜନ ହେବ। ବୃହତ ଭୁବନେଶ୍ୱର ପରିକଳ୍ପନା କରାଯାଇଛି। ଡିସେମ୍ବର 31ରେ ଡ୍ରାଫ୍ଟ ନୋଟଫିକେସନ ହେଇଛି। 26ଟି ରାଜସ୍ୱ ଗ୍ରାମ, 7ଟି ପଂଚାୟତ ଭୁବନେଶ୍ୱରରେ ମିଶିଵ। ସିଜୁଆ, ସିଜିପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ବେଗୁନିଆ, ଶିଶୁପାଳଗଡ଼, କେସୁରା, ବାଙ୍କୁଆଳ, ରଘୁନାଥପୁର, ଲିଙ୍ଗିପୁର, ଚୁନକୋଳି ଭଳି 26ଟି ଗାଁ ମିଶିବ ଭୁବନେଶ୍ୱର। ଗ୍ରେଟର ବ୍ରହ୍ମପୁରରେ 26ଟି ଗାଁ ସାମିଲ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର

ମହାପାତ୍ର ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande