
ଧର୍ମଶାଳା,୩ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ କୋତପୁର ପଂଚାୟତର ଯୁବ ସଂଗଠକ ତଥା କ୍ରୀଡାବିତ୍ ଅମୀୟ କୁମାର ପରିଡା ଓ ତାଙ୍କ ଧର୍ମପତ୍ନୀ ଆଜି ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଉଭୟ କଟକସ୍ଥିତ ଏକ ଘରୋଇ ମେଡିକାଲରେ ଚିକତ୍ସିତ ହେଉଥିବା ଜଣାପଡିଛି । ନିଜ କାରରେ ଉଭୟ ନବ ବର୍ଷ ଅବସରରେ ଭଦ୍ରକର ଆରଡିସ୍ଥ ଆଖଣ୍ଡଳମଣି ମନ୍ଦିରକୁ ଯିବା ସମୟରେ ଦୁର୍ଘଟଣାର ସମ୍ମଉକୀନ ହୋିଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକସ୍ଥ ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡିଛି । ଏଭହି ଖବର ପାଇ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମେଡିକାଲରେ ପଂହଚି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ