
ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୩୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୨୫ ପ୍ରଦାନ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରଯୋଜକମାନେ ଏଂଟ୍ରି ଫର୍ମ, ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ର ସଫ୍ଟ କପି (ପେନ୍ ଡ୍ରାଇଭ୍ ) ୩୧.୧୦.୨୦୨୬ ସୁଦ୍ଧା ରେଜିଷ୍ଟରଡ୍/ସ୍ପିଡ୍ ପୋଷ୍ଟ /ପାର୍ସଲ ମାଧ୍ୟମରେ ଦାଖଲ କରିପାରିବେ। ଶ୍ରେଷ୍ଠ ଲେଖା (ବୁକ୍ /ମୋନୋଗ୍ରାଫ୍ ) ପାଇଁ ଲେଖକମାନେ ନିର୍ଦ୍ଧାରିତ ଆବେଦନ ଫର୍ମରେ ଆବେଦନ କରିବା ସହିତ ଦଶ (୧୦) ଖଣ୍ଡ ଲେଖା (ବୁକ୍ /ମୋନୋଗ୍ରାଫ୍ ) ୩୧.୧୦.୨୦୨୬ ସୁଦ୍ଧା ଦାଖଲ କରିବେ । ଆବେଦନ ସମ୍ବନ୍ଧୀୟ ବିଷଦ ବିବରଣୀ ଯଥା ଏଂଟ୍ରି ଫର୍ମ ଓ ନିୟମାବଳୀ ଇତ୍ୟାଦି ବିଭାଗର ୱେବସାଇଟ: କଲଚର.ଓଡ଼ିଶା.ଜିଓଭି.ଇନ୍ ରେ ଉପଲବ୍ଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା