ରାଜନୈତିକ ଚାପ ଯୋଗୁଁ ସନ୍ଥ ଗୋପାଲନ ଚାକିରି ଛାଡ଼ୁଛନ୍ତି : କଂଗ୍ରେସ
ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ଥ ଗୋପାଲନଙ୍କ ସ୍ୱେଛାକୃତ ଅବସର ନେବା ନିଷ୍ପତି ବିଷୟରେ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ। ଗୁରୁବାର କଂଗ୍ରେସ ଭବନଠାରେ ଗଣମାଧ୍ୟମକୁ ବିବୃତି ଦେଇ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ କହିଛନ୍ତି
fdbh


ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ଥ ଗୋପାଲନଙ୍କ ସ୍ୱେଛାକୃତ ଅବସର ନେବା ନିଷ୍ପତି ବିଷୟରେ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ। ଗୁରୁବାର କଂଗ୍ରେସ ଭବନଠାରେ ଗଣମାଧ୍ୟମକୁ ବିବୃତି ଦେଇ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ,ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ବିରୋଧରେ ଏସଆଇଆର ସଂଶୋଧନ ପ୍ରକ୍ରିୟା ଜାଲିଆତିକୁ ନେଇ ଦେଶସାରା ଆନ୍ଦୋଳନ ସୃଷ୍ଟି ହୋଇଥିବା ବେଳେ ଓଡିଶା ନିର୍ବାଚନ ଅଧିକାରୀଙ୍କ ସ୍ୱେଛାକୃତ ଅବସର ଅପିଲ ଘୋର ସନ୍ଦେହ ଘେରକୁ ଆସିଛି। ଏହା ସ୍ପଷ୍ଟ ହେଉଛି ଯେ ସନ୍ଥ ଗୋପାଲନଙ୍କ ଉପରେ ବେଆଇନ କାମ କରିବା ପାଇଁ ଚାପ ସୃଷ୍ଟି ହୋଇଛି ଯାହା ତାଙ୍କ ନୈତିକତା ବାହାରେ । ତେଣୁ ସେ ଅବସର ନେବାପାଇଁ ବାଧ୍ୟ ହୋଇଛନ୍ତି । ପୂର୍ବରୁ ଭୁବନେଶ୍ୱର ଡିସିପି ମୀନା ମଧ୍ୟ ସ୍ୱେଛାକୃତ ଚାକିରି ତ୍ୟାଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କଥା ମନ୍ତ୍ରୀ ମାନୁ ନାହାନ୍ତି, ମନ୍ତ୍ରୀଙ୍କ କଥା ବିଧାୟକ ଶୁଣୁନାହାନ୍ତି। ଯିଏ ଯାହା ହିସାବରେ ମନଇଚ୍ଛା ଶାସନ ଡୋରୀ ଧରିଛି ଫଳରେ ଏହି ଅନୈତିକ ଶାସନରେ କୌଣସି ସଚ୍ଚୋଟ ଅଫିସର ଆଉ କାର୍ଯ୍ୟ କରିବାକୁ ମଙ୍ଗୁନାହାନ୍ତି ।ସନ୍ଥ ଗୋପାଲନ ଏଭଳି ଏକ ସମୟରେ କାହିଁକି ସ୍ୱେଛାକୃତ ଅବସର ଘୋଷଣା କରିଛନ୍ତି ତାହା ନିଶ୍ଚୟ ଏସଆଇରକୁ ନେଇ ପ୍ରବଳ ଚାପ ହୋଇଥିବ ବୋଲି ଡ଼ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଧୀରେ ଧୀରେ କର୍ତବ୍ୟପରାୟଣ ଅଫିସର ଶାସନରୁ ଦୁରେଇ ଯିବା ରାଜ୍ୟ ସରକାରଙ୍କ ଅଯୋଗ୍ୟତାକୁ ଦର୍ଶାଉଛି ଏବଂ ଏତଦ୍ୱାରା ରାଜ୍ୟର ବିକାଶ ଉପରେ ଗୁରୁତର ବାଧା ସୃଷ୍ଟି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande