ସ୍ଵଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ୧୦୩ ଆର. ଏ. ଏଫ୍. ବାଟାଲିଅନ୍ ପକ୍ଷରୁ ତୁକ୍ମୀରପୁରରେ ସ୍ଵଚ୍ଛତା ଅଭିଯାନ
ନୂଆଦିଲ୍ଲୀ, ୧ ଅକ୍ଟୋବର (ହି.ସ.)- ସ୍ୱଚ୍ଛତା ହିଁ ସେବା'' ଏବଂ ସେବା ସଂକଳ୍ପ ଅଭିଯାନ ଅଧୀନରେ ଗୁରୁବାର ଦିନ ୧୦୩ ଆର.ଏ.ଏଫ୍. ବାଟାଲିଅନ୍ ତୁକ୍ମୀରପୁରର ପୁଷ୍ପଞ୍ଜଳି ସ୍କୁଲରେ ସ୍ୱଚ୍ଛତା ଅଭିଯାନ ଚଳାଇଛି । ଦିଲ୍ଲୀ ସରକାରଙ୍କ କଳା, ସଂସ୍କୃତି ଏବଂ ଭାଷା ମନ୍ତ୍ରୀ କପିଲ ମିଶ୍ର ଏହି ଅଭିଯାନରେ ଅଂଶଗ୍
ସ୍ଵଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ୧୦୩ ଆର. ଏ. ଏଫ୍. ବାଟାଲିଅନ୍ ପକ୍ଷରୁ ତୁକ୍ମୀରପୁରରେ ସ୍ଵଚ୍ଛତା ଅଭିଯାନ


ନୂଆଦିଲ୍ଲୀ, ୧ ଅକ୍ଟୋବର (ହି.ସ.)- ସ୍ୱଚ୍ଛତା ହିଁ ସେବା' ଏବଂ ସେବା ସଂକଳ୍ପ ଅଭିଯାନ ଅଧୀନରେ ଗୁରୁବାର ଦିନ ୧୦୩ ଆର.ଏ.ଏଫ୍. ବାଟାଲିଅନ୍ ତୁକ୍ମୀରପୁରର ପୁଷ୍ପଞ୍ଜଳି ସ୍କୁଲରେ ସ୍ୱଚ୍ଛତା ଅଭିଯାନ ଚଳାଇଛି । ଦିଲ୍ଲୀ ସରକାରଙ୍କ କଳା, ସଂସ୍କୃତି ଏବଂ ଭାଷା ମନ୍ତ୍ରୀ କପିଲ ମିଶ୍ର ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏହି ସ୍ୱଚ୍ଛତା ଅଭିଯାନରେ ଆର.ଏ.ଏଫ. କର୍ମଚାରୀ, ସ୍ଥାନୀୟ ଜନ ପ୍ରତିନିଧି, ସ୍ଥାନୀୟ ବାସିନ୍ଦା ଏବଂ ବିଦ୍ୟାଳୟର ପିଲାମାନେ ଅଂଶଗ୍ରହଣ କରିଥିଲେ । ଦିଲ୍ଲୀ ସରକାରଙ୍କ କହିବା ଅନୁଯାୟୀ, ରାଜଧାନୀର ପ୍ରାୟ ୩୦୦ଟି ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଚାଲିଛି ।

ସାଦତପୁର ମ୍ୟୁନିସିପାଲ କାଉନସିଲର ନୀତା ବିଷ୍ଟ, ବିଜେପି ମଣ୍ଡଳ ସଭାପତି ରାକେଶ ଧେଡ଼ା, ୧୦୩ ଆରଏଏଫ ବାଟାଲିୟନର କମାଣ୍ଡାଂଟ ଚନ୍ଦନ ବବି ସିଂହ, ଆରଏଏଫ ଟିମ୍, ସ୍ଥାନୀୟ ଜନ ପ୍ରତିନିଧି, ଅଂଚଳର ବାସିନ୍ଦା ଏବଂ ସ୍କୁଲ ପିଲାମାନେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ ।

ମନ୍ତ୍ରୀ କପିଲ ମିଶ୍ର କହିଛନ୍ତି ଯେ, ୧୦୩ ଆର.ଏ.ଏଫ୍. ବାଟାଲିୟନର ଟିମ୍ ପ୍ରତିବର୍ଷ ଏହି ଅଂଚଳର ବାସିନ୍ଦା ଏବଂ ଛାତ୍ରମାନଙ୍କ ସହିତ ମିଶି ଏଭଳି ସ୍ୱଚ୍ଛତା ଅଭିଯାନର ଆୟୋଜନ କରିଥାଏ । କର୍ତବ୍ୟ ଏବଂ କର୍ତବ୍ୟର ଆହ୍ୱାନ ବାହାରେ ସାମାଜିକ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ବାଟାଲିଅନ୍, କମାଣ୍ଡାଂଟ ଏବଂ ତାଙ୍କ ଟିମ୍ କୁ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ, ଏଭଳି ପ୍ରୟାସ ସମାଜରେ ଦାୟିତ୍ୱବୋଧ ଏବଂ ସେବାର ଭାବନାକୁ ସୁଦୃଢ଼ କରିଥାଏ ।

ଶ୍ରୀ ମିଶ୍ର କହିଛନ୍ତି ଯେ, ଦିଲ୍ଲୀର ପ୍ରାୟ ୩୦୦ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଚାଲିଛି । ଏହାର ନେତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମନ୍ତ୍ରୀ, ବିଧାୟକ, କର୍ପୋରେସନ୍ କାଉନସିଲର, ଅନ୍ୟ ଜନ ପ୍ରତିନିଧି ଏବଂ ସାଧାରଣ ନାଗରିକମାନେ ନିଜ ନିଜ ଅଂଚଳରେ ଏହି ଅଭିଯାନରେ ଅଂଶଗ୍ରହଣ କରୁଛନ୍ତି ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେବା ସଂକଳ୍ପ ଅଭିଯାନ ମଧ୍ୟ ଚାଲିଛି । ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ସ୍ୱଚ୍ଛତା ଏବଂ ସେବାର ବାର୍ତା ଦେଇଛନ୍ତି । ତାଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande