
ନୂଆଦିଲ୍ଲୀ, ୦୧ ଅକ୍ଟୋବର (ହି.ସ.)- ୟୁଏଇରେ ଭାରତର ରାଜଦୂତ ଡ. ଦୀପକ ମିତଲ ଏବଂ ବାଣିଜ୍ୟ ଦୂତ ଡ. ଇ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ କ୍ୟାପଟେନ ସ୍ମିତ ମଚ୍ଛେରଙ୍କ ପରିବାର ସହ ସାକ୍ଷାତ କରିଥିଲେ ଏବଂ କାଁକପିଟ୍ରେ ଘଟିଥିବା ଘଟଣାରେ ଲାଗିଥିବା ଆଘାତ ପରେ ତାଙ୍କର ସ୍ଥିର ସୁସ୍ଥତା ବିଷୟରେ ସୂଚନା ଦେଇଥିଲେ। କ୍ୟାପଟେନଙ୍କ ପରିବାର ଦୁବାଇରେ ରହନ୍ତି। ଦୁବାଇରେ ଭାରତର ବାଣିଜ୍ୟ ଦୂତାବାସର ଅଧିକାରିକ ପୋଷ୍ଟରେ ଏହାର ସୂଚନା ଦିଆଯାଇଛି।
ମୁମ୍ବାଇର ଫ୍ଲାଇଂଦୁବାଇ ପାଇଲଟ୍ କ୍ୟାପଟେନ ସ୍ମିତ ମଚ୍ଛେର ଦୁବାଇରୁ ତେଲ ଆଭିଭ୍ ଯାଉଥିବା ଫ୍ଲାଇଟ୍ ଏଫଜେଡ୧୦୭୩ରେ ଓମାନୀ କୋ-ପାଇଲଟଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଆହତ ହୋଇଥିବା ସତ୍ୱେ ସେ କାଁକପିଟ୍ର ଦ୍ୱାର ଖୋଲିଥିଲେ, ଯାହା ଫଳରେ କ୍ରୁ ଏବଂ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରିପାରିଥିଲେ ଏବଂ ୧୭୪ ଜଣଙ୍କ ଜୀବନ ବଂଚିଥିଲା।
ଦୀପକ ମିତଲ ଏକ୍ସରେ କହିଛନ୍ତି, “ଆମେ କ୍ୟାପଟେନ ସ୍ମିତଙ୍କ ପାଇଁ ଗର୍ବିତ, ଯିଏ ଅନେକ ଲୋକଙ୍କ ଜୀବନ ବଂଚାଇ ଏକ ବଡ଼ ଦୁର୍ଘଟଣାକୁ ଟାଳି ଦେଇଛନ୍ତି। ଆମେ ମାତ୍ର ତାଙ୍କ ପରିବାର ସହ ସାକ୍ଷାତ କରିଛୁ ଏବଂ ସେମାନଙ୍କୁ ସମବେଦନା ଜଣାଇଛୁ। ଭାରତୀୟ ନାୟକଙ୍କ କଲ୍ୟାଣ ଏବଂ ସୁସ୍ଥତା ସୁନିଶ୍ଚିତ କରିବାରେ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନର ଆଶ୍ୱାସନ ମଧ୍ୟ ଦେଇଛୁ।
ବିମାନଟି ସାଉଦି ଆରବର ତବୁକରେ ଜରୁରୀକାଳୀନ ଅବତରଣ କରିଥିଲା। ଭାରତୀୟ ଅଧିକାରୀମାନେ ୟୁଏଇ ଏବଂ ସାଉଦି କର୍ତୃପକ୍ଷଙ୍କ ସହ ତାଙ୍କ ଚିକିତ୍ସା ପାଇଁ ସମନ୍ୱୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେତନ୍ୟାହୁଙ୍କ ସମେତ ବିଶ୍ୱ ନେତାମାନେ ତାଙ୍କ ସାହସର ପ୍ରଶଂସା କରିଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ