ଆନ୍ତର୍ଜାତୀୟ କଫି ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ଆଜି ହେଉଛି ଆନ୍ତର୍ଜାତୀୟ କଫି ଦିବସ । ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆନ୍ତର୍ଜାତୀୟ କଫି ଦିବସ ଅବସରରେ ଓଡ଼ିଶାର ଉଚ୍ଚଭୂମି ଅଞ୍ଚଳର ସମୃଦ୍ଧ କଫି ଚାଷ ପରମ୍
କଫି ଦିବସ


ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ଆଜି ହେଉଛି ଆନ୍ତର୍ଜାତୀୟ

କଫି ଦିବସ । ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଏକ ଶୁଭେଚ୍ଛା ବାର୍ତ୍ତା ଜାରି

କରି କହିଛନ୍ତି ଯେ, ଆନ୍ତର୍ଜାତୀୟ କଫି ଦିବସ ଅବସରରେ ଓଡ଼ିଶାର ଉଚ୍ଚଭୂମି ଅଞ୍ଚଳର ସମୃଦ୍ଧ କଫି

ଚାଷ ପରମ୍ପରାକୁ ପାଳନ କରୁଛୁ। ଏଠାରେ ଆମର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଏବଂ କଫି

ଚାଷୀମାନଙ୍କ ନିଷ୍ଠା ଏକତ୍ରିତ ହୋଇ ଏକ ସ୍ୱତନ୍ତ୍ର ସ୍ୱାଦର କଫି ପ୍ରସ୍ତୁତ କରୁଛି। ଏହା ଆମ

ମାଟି, ଆମ ଲୋକ

ଏବଂ ସମଗ୍ର ଦେଶରେ ଓଡ଼ିଶାର କଫିର ବଢ଼ୁଥିବା ପରିଚୟର ଏକ ଉତ୍ସବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଆନ୍ତର୍ଜାତୀୟ କଫି ଦିବସ – ସ୍ଥାୟୀତ୍ୱର ସୁଗନ୍ଧ, ଚାଷୀଙ୍କ

ସଶକ୍ତୀକରଣ । ୨୦୨୬ର ଆନ୍ତର୍ଜାତୀୟ କଫି ଦିବସ ଅବସରରେ “କଫି ହେଉଛି ସମାଧାନର ଏକ ଅଂଶ”

ବିଶ୍ୱସ୍ତରୀୟ ବିଷୟବସ୍ତୁକୁ ସାମ୍ନାରେ ରଖି,

ଏହି ମୂଲ୍ୟବାନ ଫସଲ ଉପରେ ନିର୍ଭରଶୀଳ ବିଶ୍ୱର ୧୨.୫ ନିୟୁତ କୃଷକ

ପରିବାରଙ୍କ ଦୃଢ଼ତା ଓ ଅଦମ୍ୟ ପରିଶ୍ରମକୁ ସଲାମ କରୁଛୁ।

ପ୍ରଧାନମନ୍ତ୍ରୀ ଶ୍ରୀ

ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱ କଫି ବଜାରରେ ଏକ ଶକ୍ତିଶାଳୀ ଭୂମିକା

ଗ୍ରହଣ କରିଛି। ୨୦୨୪-୨୫ରେ ଭାରତ ରେକର୍ଡ ୩,୬୩,୫୦୦ ମେଟ୍ରିକ୍ ଟନ୍ କଫି ଉତ୍ପାଦନ କରିବା ସହ ୧୨୬ରୁ ଅଧିକ ଦେଶକୁ

କଫି ରପ୍ତାନି କରିଛି।

ଓଡ଼ିଶାରେ କୋରାପୁଟ ସମେତ

ବିଭିନ୍ନ ଆଦିବାସୀ ଅଞ୍ଚଳରେ କଫି ଚାଷ ଧୀରେ ଧୀରେ ବିସ୍ତାରିତ ହେଉଛି। ଏହା ଚାଷୀମାନଙ୍କ ପାଇଁ

ନୂଆ ସୁଯୋଗ ସୃଷ୍ଟି କରିବା ସହ ଭାରତର ରପ୍ତାନି ବାସ୍କେଟ୍ରେ ମଧ୍ୟ ଅବଦାନ ରଖୁଛି। ନିଜର

ସ୍ୱତନ୍ତ୍ର ସୁଗନ୍ଧ ଓ ଉତ୍କୃଷ୍ଟ ଗୁଣବତ୍ତା ପାଇଁ ପରିଚିତ ଓଡ଼ିଶାର କଫି ବିଶ୍ୱ ବଜାରରେ ନିଜର

ପରିଚୟ ସୃଷ୍ଟି କରୁଛି। ଏହା ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରିବା ସହ ଭାରତର କୃଷି

ମାନଚିତ୍ରରେ ଓଡ଼ିଶାର ପରିଚୟକୁ ମଧ୍ୟ ଆହୁରି ମଜବୁତ କରୁଛି। ଆସନ୍ତୁ, ଚାଷୀମାନଙ୍କୁ

ସହାୟତା କରିବା, ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ ପ୍ରତ୍ୟେକ କପ୍

କଫିରେ ସଶକ୍ତୀକରଣ, ଦୃଢ଼ତା ଓ ସମୃଦ୍ଧିର କାହାଣୀକୁ ସ୍ଥାନ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ

ପୁନଃ ଦୃଢ଼ କରିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଅନ୍ତର୍ଜାତୀୟ କଫି ଦିବସ ଅବସରରେ

ସମସ୍ତ କଫି ଚାଷୀ ଭାଇଭଉଣୀ ଏବଂ କଫି ପ୍ରେମୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଶାର ଗୌରବ

କୋରାପୁଟ କଫି ଆଜି କେବଳ ଦେଶରେ ନୁହେଁ,

ବରଂ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ୱାଦ ଓ ସୁବାସ ପାଇଁ ଆଦୃତ

ହୋଇପାରିଛି। ଆସନ୍ତୁ, ଆଜିର ଏହି ବିଶେଷ ଦିବସରେ ଆମ ନିଜସ୍ୱ 'କୋରାପୁଟ

କଫି' ର ସ୍ୱାଦ

ନେବା ସହ ଆମର ଚାଷୀ ଭାଇଭଉଣୀମାନଙ୍କ ପ୍ରଚେଷ୍ଟାକୁ ସମ୍ମାନ ଜଣାଇବା।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବୟୋଜ୍ୟେଷ୍ଠମାନେ ଆମ ପରିବାର, ସମାଜ ଓ

ସମୁଦାୟର ସ୍ତମ୍ଭ ସଦୃଶ। ସେମାନଙ୍କ ଜ୍ଞାନ,

ଅଭିଜ୍ଞତା ଓ ମୂଲ୍ୟବୋଧ ଦ୍ୱାରା ଆମ ସମାଜ ସମୃଦ୍ଧ ହୋଇଥାଏ। ଏହି

ଅବସରରେ ଆସନ୍ତୁ, ବାର୍ଦ୍ଧକ୍ୟକୁ ସମ୍ମାନ ଦେବା, ସେମାନଙ୍କ ମର୍ଯ୍ୟାଦାକୁ

ସମ୍ମାନିତ କରିବା, ସମାଜ ପ୍ରତି ସେମାନଙ୍କ ଅବଦାନକୁ ସ୍ମରଣ କରିବା ଏବଂ ପ୍ରତ୍ୟେକ

ବୟୋଜ୍ୟେଷ୍ଠଙ୍କୁ ସ୍ନେହ, ସମ୍ମାନ ଓ ଯତ୍ନର ସହ ଆପଣାଇବା ସୁନିଶ୍ଚିତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande