
ମାଲକାନଗିରି, ୧ ଅକ୍ଟୋବର (ହି.ସ.)- ଖଇରପୁଟ ବ୍ଲକ ଅନ୍ତର୍ଗତ ପରକାନମାଳା ଗ୍ରାମ ପଞ୍ଚାୟତର ସିରିପେଟା ଫୁଟବଲ ଷ୍ଟାଡିୟମରେ ଲଛିମ୍ ଏବଂ ହରି ସ୍ମରଣୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍ତିମ ପର୍ଯ୍ୟାୟ ମ୍ୟାଚରେ ପଞ୍ଚାୟତ ସରପଞ୍ଚ ମେନକା ଶିଷା ସଭାପତିତ୍ୱ କରିଥିଲା ବେଳେ ଆଜିର ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଯୋଗ ଦେଇଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା, ମୁଖ୍ୟ ବକ୍ତା ତଥା ପୂର୍ବତନ ବିଧାୟକ ଡମ୍ବରୁ ଶିଷା, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ମାଥିଲି ବ୍ଲକ୍ ଅଧ୍ୟକ୍ଷ ମହେଶ କୁମାର ବାକା, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ, କୁଡୁମୁଲୁଗୁମା ସରପଞ୍ଚ ମଙ୍ଗଳା ମାଢୀ, ଚାଉଳମେନ୍ଦି ସରପଞ୍ଚ ଜଳନ୍ଧର ନାୟକ, ସା°ସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ରଥ, ସମାଜସେବୀ ଉତ୍ତମ ଓଝା, କୃଷ୍ଣ ଚନ୍ଦ୍ର ଅନୁଗୁ, ଭଗବାନ ସାହୁ, ଚିତ୍ତରଞ୍ଜନ ପଟ୍ଟନାୟକ, ବାଲରାଜୁ କପେ, ପ୍ରିତମ ଗୁଡତେଲୀ, ରାମଚନ୍ଦ୍ର ମଲଲୀ, ମନ ପାଙ୍ଗୀ, ତ୍ରିନାଥ ସଗରୀଆ ଓ ଅର୍ଜୁନ ଓଡି ପ୍ରମୁଖ ଉପସ୍ଥିତ ଫାଇନାଲ ମ୍ୟାଚ ର ଶୁଭାରମ୍ଭ ପୂର୍ବରୁ ଏ ଅଞ୍ଚଳର ଖ୍ୟାତନାମା ଦିବଙ୍ଗତ ଖେଳାଳି ଦ୍ୱୟ ଲଛିମ୍ ପୂଜାରୀ ଓ ହରି ପୂଜାରୀଙ୍କୁ ସ୍ମରଣ କରି ୧ ମିନିଟର ନିରବ ପ୍ରାର୍ଥନା କରିଥିଲେ । ମ୍ୟାଚରେ ମୁଖ୍ୟ ରେଫେରୀ ଭାବେ ସତବୀର ସିଂ ରିଆର, ଲାଇନ୍ ମ୍ୟାନ ଭାବେ ଲଳିତ ରାଉତ, ଉମାକାନ୍ତ ମାଝୀ, ଚତୁର୍ଥ ରେଫେରି ଭାବେ ଘନଶ୍ୟାମ ହନ୍ତାଳ ପ୍ରମୁଖ ମ୍ୟାଚର ସୁପରିଚାଳନା କରିଥିଲେ । ମ୍ୟାଚ ଗୁଡିକର ସିଧା ଶବ୍ଦ ସଞ୍ଚାଳନ ଭାଷ୍ୟକାର ରାମଚନ୍ଦ୍ର କପେ କରିଥିଲେ ।
ଆଜିର ଉଦଯାପିତ ଅନ୍ତିମ ଦିବସ ଫାଇନାଲ ମ୍ୟାଚରେ ଲମତାପୁଟ ଟିମ୍ ସହିତ ଦାମନଯୋଡି ଟିମ୍ ର ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଖେଳ ଶେଷ ସୁଦ୍ଧା ଲମତାପୁଟ ଟିମ- ଦାମନଯୋଡି ଟିମ୍ କୁ ୨/୦ ଗୋଲରେ ହରାଇ ବିଜୟ ମୁକୁଟ ହାସଲ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସୋଡି ନିଜ ଅଭିଭାଷଣରେ ଯୂବ ଖେଳାଳି ମାନଙ୍କ ଚମତ୍କାର ପ୍ରଦର୍ଶନର ଭୂୟସୀ ପ୍ରଶଂସା କରିଥିଲେ ଓ ଏଥିସହ ଉପ ବିଜେତା ଦାମନଯୋଡି ଟିମ୍ କୁ ଟ୍ରୋଫି ସହ ନଗଦ ରାଶି ପ୍ରଦାନ କରିଥିଲେ ଓ ବିଜେତା ଲମତାପୁଟ ଟିମ୍ କୁ ଟ୍ରୋଫି ନଗଦ ରାଶି ପ୍ରଦାନ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟକୁ ସିରିପେଟା ଜୟ ଜଗନ୍ନାଥ ଫୁଟବଲ କ୍ଲବ ଓ ତ୍ରୀରଙ୍ଗା ୟୂଥ କ୍ଲବର ମିଳିତ ଉଦ୍ୟମରେ ଏହାର ସଭାପତି ସୁଶାନ୍ତ କୁମାର ପ୍ରଧାନ, ସମ୍ପାଦକ ସହଦେଵ ଶିଷା, ସଭ୍ୟ ସନାତନ ମାଢୀ, ସମ୍ବନ୍ଧ ମାଢୀ, ଭଗତ ମାଢୀ, ଗୋପିନାଥ ଭୂମିଆ, ସୁଧୀର କୁମାର ପ୍ରଧାନ, ବାସୁଦେବ କୁର୍ତ୍ତାଡି ଓ ବୁଦୁରା ମାଢୀ ପ୍ରମୁଖ ମ୍ୟାଚ ଓ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ନିମନ୍ତେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ