
ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗୁରୁବାର ଭୁବନେଶ୍ୱର ଠାରେ ୭ମ ଓଡ଼ିଶା ଟ୍ରାଭେଲ୍ ବଜାର୨୦୨୬ ପାଇଁ ଆୟୋଜିତ ପ୍ରି-ଇଭେଂଟ ପ୍ରେସ୍ କନଫରେନ୍ସରେ ଯୋଗଦେଇଥିଲେ। ଓଡ଼ିଶା ଟ୍ରାଭେଲ୍ ବଜାର ଆସନ୍ତା ଅକ୍ଟୋବର ୩ରୁ ୫ ଯାଏଁ ମେଫେୟାର ସାନˆଚୁଆରିଠାରେ ଆୟୋଜିତ ହେବ।
ଓଡ଼ିଶାର ପର୍ଯ୍ୟଟନକୁ ଆହୁରି ଆଗକୁ ନେବା ସହ ଆମ ଐତିହ୍ୟ, ପ୍ରକୃତି, ସଂସ୍କୃତି ଓ ଆତିଥେୟତାକୁ ବିଶ୍ୱବାସୀଙ୍କ ନିକଟରେ ପହଂଚାଇବାରେ ‘ଓଡ଼ିଶା ଟ୍ରାଭେଲ୍ ବଜାର’ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା