

କନ୍ଧମାଳ, ୧ ଅକ୍ଟୋବର (ହି.ସ.)- ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ରୋଟାରୀ କ୍ଲବ ପରିସରରେ ଶିକ୍ଷାର ବିକାଶ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଫୁଲବାଣୀ ସହରର ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ପ୍ରଣାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ସହରର ଏଗାରଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ସ୍ମାରକୀ ଓ ଉପଢ଼ୌକନ ଦେଇ ସମ୍ମାନିତ କରlଯାଇଥିଲା l ରୋଟାରୀ କ୍ଲବ ସଭାପତି ତଥା ଆଇନଜୀବି ବିଜୟ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷଧିକାରୀ ରାଜେଶ୍ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଷ୍ଠା, ଆନ୍ତରିକତା ଓ ଆଗ୍ରହର ସହ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି କହିଥିଲେ l ସେହିପରି ଜିଲ୍ଲାପାଳ ବେଦଭୂଷଣ ଜିଲ୍ଲାରେ ଶିକ୍ଷାର ବିକାଶ ଓ ମାନ ବୃଦ୍ଧି କରିବା ପାଇଁ ଅଭିନବ ପ୍ରୟାସ କରି ଟିଚ କନ୍ଧମାଳ ପରି ଏକ ନୂଆ ଯୋଜନା ଆରମ୍ଭ କରି ସଫଳତା ଅର୍ଜନ ପାଇଁ ରୋଟାରୀ କ୍ଲବ ପକ୍ଷରୁ ଉପଢ଼ୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ୍ କୁମାର ସ୍ଵାଇଁଙ୍କୁ ମଧ୍ୟ ଶିକ୍ଷାର ବିକାଶ ପାଇଁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ରୋଟାରୀ କ୍ଲବ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ l
ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସହରର ପବ୍ଲିକ ସ୍କୁଲ, କlର୍ମେଲ ଇଂରାଜୀ ମିଡ଼ିୟମ୍, ସରସ୍ଵତୀ ବିଦ୍ୟାମନ୍ଦିର, ସଂସ୍କୃତ ସ୍କୁଲ, ଅରବିନ୍ଦ ଇଣ୍ଟେଗ୍ରାଲ ରିସର୍ଚ୍ଚ ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ, ପୋଲିସ୍ ସ୍କୁଲ, ଗାର୍ଲ୍ସ ହାଇସ୍କୁଲ, ଏଜେଓ ଉଚ୍ଚ ବିଦ୍ୟାଳୟ, ଶ୍ରୀ ସତ୍ୟ ସାଇ ସ୍କୁଲ, ଚିଦାନନ୍ଦ ସରସ୍ବତୀ ସ୍କୁଲ ଆଦି ୧୧ଟି ହାଇସ୍କୁଲକୁ ସମ୍ବର୍ଦ୍ଧିତ କରିଥିଲେ l ରୋଟାରୀ କ୍ଲବ ପକ୍ଷରୁ ଆଗlମୀ ଦିନରେ ହେବାକୁ ଥିବା ରଞ୍ଜିତ ମାରାଥନ କାର୍ଯ୍ୟକ୍ରମ ସମ୍ପର୍କରେ ଉପ ସଭାପତି ରାଜେଶ ପାତ୍ର ସୂଚନା ଦେବାପରେ ପୁର୍ବତନ ସଭାପତି ଆଇନଜୀବି ରୋଟlରୀୟlନ ହରିଶ୍ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସମାଜସେବୀ ଅଶୋକ ପ୍ରଧାନ, ସ୍ବାଗତ ତ୍ରୀପାଠୀ ଓ ଅନିତା ପଟନାୟକ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ସମସ୍ତ ରୋଟlରିଆନ, ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ