
ନୂଆଦିଲ୍ଲୀ, ଅକ୍ଟୋବର 1 (ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନ ଭଳି ଆଜି ସକାଳେ ଏକ୍ସ ହ୍ୟାଣ୍ଡେଲରେ ‘ସୁଭାଷିତମ୍’ ରୂପରେ ମହାନ କବି ଭର୍ତ୍ତୃହରିଙ୍କ ରଚିତ ‘ନୀତିଶତକମ୍’ର ଏକ ଶ୍ଳୋକ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଶ୍ଳୋକର ଉଦାହରଣ ଦେଇ ବ୍ୟକ୍ତିମାନଙ୍କୁ ନିରନ୍ତର ପ୍ରୟାସ କରିବାକୁ ଆହ୍ୱାନ ଜଣାଇଛନ୍ତି।
ଏହି ଶ୍ଳୋକଟି ହେଉଛି—
“ରତ୍ନୈର୍ମହାବ୍ଧେସ୍ତୁତୁଷୁର୍ନ ଦେବା ନ ଭେଜିରେ ଭୀମବିଷେଣ ଭୀତିମ୍।
ସୁଧାଂ ବିନା ନ ପ୍ରୟୟୁର୍ବିରାମଂ ନ ନିଶ୍ଚିତାର୍ଥାଦ୍ୱିରମନ୍ତି ଧୀରାଃ॥”
ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରେ ଏହାର ଅର୍ଥ ଦର୍ଶାଯାଇଛି— “ଯେପରି ଦେବତାମାନେ ସମୁଦ୍ର ମନ୍ଥନରୁ ରତ୍ନ ପ୍ରାପ୍ତ କରିବା ପରେ ମଧ୍ୟ ଅମୃତ ପ୍ରାପ୍ତି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିଲେ, ସେହିପରି ଧୀର ଓ ଦୃଢ଼ନିଶ୍ଚୟୀ ବ୍ୟକ୍ତିମାନେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟନ୍ତ ନିରନ୍ତର ପ୍ରୟାସ କରିଥାନ୍ତି।”
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା