ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ୫ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ରାଜକୀୟ ଗସ୍ତରେ ରହିବେ
ନୂଆଦିଲ୍ଲୀ, ୦୧ ଅକ୍ଟୋବର (ହି.ସ.)- ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗାୟ ପାରମେଲିନ ୫ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ରାଜକୀୟ ଗସ୍ତରେ ରହିବେ। ତାଙ୍କ ସହ ବରିଷ୍ଠ ଅଧିକାରୀ ଏବଂ ବାଣିଜ୍ୟିକ ନେତାଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ରହିବ। ରାଷ୍ଟ୍ରପତି ପାରମେଲିନ ଏହା ପୂର୍ବରୁ ଚଳି
ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ୫ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ରାଜକୀୟ ଗସ୍ତରେ ରହିବେ


ନୂଆଦିଲ୍ଲୀ, ୦୧ ଅକ୍ଟୋବର (ହି.ସ.)- ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗାୟ ପାରମେଲିନ ୫ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ରାଜକୀୟ ଗସ୍ତରେ ରହିବେ। ତାଙ୍କ ସହ ବରିଷ୍ଠ ଅଧିକାରୀ ଏବଂ ବାଣିଜ୍ୟିକ ନେତାଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ରହିବ। ରାଷ୍ଟ୍ରପତି ପାରମେଲିନ ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ନୂଆଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ଏବଂ ପୁଣି ୨୦୧୮ରେ ସ୍ୱିଜରଲ୍ୟାଣ୍ଡର ଆଧିକାରିକ ଗସ୍ତ କରିଥିଲେ।

ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ ୫ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପାରମେଲିନ ବାଣିଜ୍ୟ ଏବଂ ନିବେଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଗତିଶୀଳତା, ସଂସ୍କୃତି ଏବଂ ଜନ-ଜନ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିର ସମୀକ୍ଷା ପାଇଁ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେମାନେ ବହୁପକ୍ଷୀୟ ମଂଚରେ ସହଯୋଗ ସମେତ ଆଂଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମଧ୍ୟ ବିଚାରବିମର୍ଶ କରିବେ।

ରାଷ୍ଟ୍ରପତି ପାରମେଲିନ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ। ରାଷ୍ଟ୍ରପତି ତାଙ୍କ ସମ୍ମାନରେ ଆଧିକାରିକ ଭୋଜିର ଆୟୋଜନ କରିବେ।

ରାଷ୍ଟ୍ରପତି ପାରମେଲିନଙ୍କ ଏହି ଗସ୍ତ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ କାରଣ ସେ ୭ ଅକ୍ଟୋବରରେ ଭାରତ-ଇଏଫଟିଏ ବାଣିଜ୍ୟ ଏବଂ ଆର୍ôଥକ ଭାଗୀଦାରୀ ଚୁକ୍ତି (ଟିଇପିଏ)ର ପ୍ରଥମ ବାର୍ଷିକୀ ଅବସରରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଭାରତ-ଇଏଫଟିଏ ସମୃଦ୍ଧି ଶିଖର ସମ୍ମିଳନୀରେ ଯୋଗଦେବେ। ଇଏଫଟିଏ ଦେଶଗୁଡ଼ିକ ମଧ୍ୟରେ, ସ୍ୱିଜରଲ୍ୟାଣ୍ଡ ଭାରତର ସବୁଠାରୁ ବଡ଼ ବାଣିଜ୍ୟ ଏବଂ ନିବେଶ ଭାଗୀଦାର।

ଉଲ୍ଲେଖନୀୟ ଯେ ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଏହି ଗସ୍ତ ନିୟମିତ ଉଚ୍ଚସ୍ତରୀୟ ଆଦାନ-ପ୍ରଦାନକୁ ଆଗକୁ ବଢ଼ାଇ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ଏବଂ ପାରସ୍ପରିକ ହିତର ନୂତନ କ୍ଷେତ୍ରରେ ସହଯୋଗକୁ ଗଭୀର କରିବ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande