
ନୂଆଦିଲ୍ଲୀ, ୦୧ ଅକ୍ଟୋବର (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଗୋଷ୍ଠୀର ସେହି ଆବେଦନ କୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ଫ୍ରିଜ କରାଯାଇଥିବା ଚାରିଟି ବ୍ୟାଙ୍କ ଖାତାକୁ ଅପରେଟ କରିବାକୁ ଅନୁମତି ମଗାଯାଇଥିଲା। ନ୍ୟାୟମୂର୍ତି ଏମଏମ ସୁନ୍ଦରେଶଙ୍କ ଅଧ୍ୟକ୍ଷତାରେ ଥିବା ବେଂଚ କହିଛନ୍ତି ଯେ ସେମାନେ କଲକତା ଉଚ୍ଚ ନ୍ୟାୟାଳୟର ସେହି ଆଦେଶରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି, ଯେଉଁଥିରେ ଏହି ଯାଚିକାକୁ ମଞ୍ଜୁର କରିବାକୁ ମନା କରାଯାଇଥିଲା।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିର୍ବାଚନ ଆୟୋଗ ପାର୍ଟିର ନିର୍ବାଚନ ଚିହ୍ନକୁ ଫ୍ରିଜ କରିଦେଇଛନ୍ତି, ତେଣୁ ଏହି ରାଶିର ହକଦାର କିଏ, ସେନେଇ ଏବେ ନିଷ୍ପତି ହେବା ବାକି ଅଛି। ସର୍ବୋଚ୍ଚ ନ୍ୟାୟାଳୟ ୩ ସେପ୍େଟମ୍ବରରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)କୁ ପରାମର୍ଶ ଦେଇଥିଲେ ଯେ ପ୍ରଶାସନକୁ କିଛି ରାଶି ଜାରି କରିଦିଅନ୍ତୁ ଯାହାଦ୍ୱାରା ସେ ପାର୍ଟିର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା କରିପାରିବ।
ଏହା ଉପରେ ଇଡି ପକ୍ଷରୁ ଉପସ୍ଥିତ ଏଏସଜି ଏସଭି ରାଜୁ କହିଥିଲେ ଯେ ଏହି ରାଶି ପୂର୍ବରୁ ଉପଲବ୍ଧ ଅଛି। ୧୬୪ କୋଟି ଟଙ୍କା ଜବତ କରାଯାଇନାହିଁ। ଏହାକୁ ତୃଣମୂଳ ପକ୍ଷରୁ ଉପସ୍ଥିତ ଓକିଲ କପିଲ ସିବଲ ବିରୋଧ କରିଥିଲେ ଏବଂ ପାର୍ଟିକୁ ରିଲିଫ ଦେବାକୁ ଦାବି କରିଥିଲେ। ବାସ୍ତବରେ ଇଡି ତଦନ୍ତ ସମୟରେ ପାର୍ଟିର ବ୍ୟାଙ୍କ ଖାତାଗୁଡ଼ିକୁ ଫ୍ରିଜ କରିଦେଇଥିଲା। ଏହା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ଗୋଷ୍ଠୀ କଲକାତା ଉଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିଥିଲା। କଲକାତା ଉଚ୍ଚ ନ୍ୟାୟାଳୟ ମମତା ବାନାର୍ଜୀଙ୍କ ଯାଚିକା ଖାରଜ କରିଦେଇଥିଲେ। ଏହା ପରେ ମମତା ବାନାର୍ଜୀ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ