କୋରାପୁଟରେ ରାଜ୍ୟସ୍ତରୀୟ ଅଣ୍ଡର - ୧୭ ବାଳକ ସ୍କୁଲ ଫୁଟବଲ ଚାମ୍ପିୟନଶିପ୍–୨୦୨୬ ପାଇଁ ପ୍ରସ୍ତୁତି ବୈଠକ
ଜୟପୁର, ୧ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ସଦର ମହକୁମାରେ ଆସନ୍ତା ଅକ୍ଟୋବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଅଣ୍ଡର -୧୭ ବାଳକ ସ୍କୁଲ ଫୁଟବଲ ଚାମ୍ପିୟନଶିପ୍–୨୦୨୬ ଅନୁଷ୍ଠିତ ହେବ। ଏହି ବୃହତ୍ କ୍ରୀଡ଼ା ଆୟୋଜନର ସୁଚାରୁ ଓ ସଫଳ ପରିଚାଳନା ପାଇଁ ଆଜି ସିଡ଼ିଏଓ ବେଣୁଧର ସବରଙ୍କ ଅଧ୍ୟକ୍ଷ
କୋରାପୁଟରେ ରାଜ୍ୟସ୍ତରୀୟ ଅଣ୍ଡର - ୧୭  ବାଳକ ସ୍କୁଲ ଫୁଟବଲ ଚାମ୍ପିୟନଶିପ୍–୨୦୨୬ ପାଇଁ ପ୍ରସ୍ତୁତି ବୈଠକ


ଜୟପୁର, ୧ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ସଦର ମହକୁମାରେ ଆସନ୍ତା ଅକ୍ଟୋବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଅଣ୍ଡର -୧୭ ବାଳକ ସ୍କୁଲ ଫୁଟବଲ ଚାମ୍ପିୟନଶିପ୍–୨୦୨୬ ଅନୁଷ୍ଠିତ ହେବ। ଏହି ବୃହତ୍ କ୍ରୀଡ଼ା ଆୟୋଜନର ସୁଚାରୁ ଓ ସଫଳ ପରିଚାଳନା ପାଇଁ ଆଜି ସିଡ଼ିଏଓ ବେଣୁଧର ସବରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରତିଯୋଗିତାର ବିଭିନ୍ନ ପ୍ରସ୍ତୁତି, ମ୍ୟାଚ୍ ପରିଚାଳନା, ଖେଳାଳିଙ୍କ ରହଣି, ଯାତାୟାତ, ସୁରକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଅଗ୍ନି ନିରାପତ୍ତା, ଲଜିଷ୍ଟିକ୍ସ ଏବଂ ପ୍ରଚାର-ପ୍ରସାର ନେଇ ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ସଂସ୍ଥାକୁ ଆବଶ୍ୟକ ଦାୟିତ୍ୱ ପ୍ରଦାନ ସହ ସମନ୍ୱୟ ଉପରେ ଆଲୋଚନା କରାଯାଇଥିଲା। ପ୍ରତିଯୋଗିତାର ମ୍ୟାଚ୍ଗୁଡ଼ିକ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ, ସ୍ପୋର୍ଟସ କମ୍ପ୍ଲେକ୍ସ, ଡିଏଭି କଲେଜ ଗ୍ରାଉଣ୍ଡ, ଓଏସଏପି ୩ୟ ବାଟାଲିୟନ ଗ୍ରାଉଣ୍ଡ, ରେଳୱେ ଗ୍ରାଉଣ୍ଡ ଓ ଆଇ ଆରବି ଗ୍ରାଉଣ୍ଡ ଆଦିରେ ଆୟୋଜନ କରାଯିବ। ଏଥିପାଇଁ ୬ ଅକ୍ଟୋବରରୁ ବିଭିନ୍ନ ଗ୍ରାଉଣ୍ଡକୁ ମ୍ୟାଚ୍ ଉପଯୋଗୀ କରାଯିବ। ପୋଲିସ ବିଭାଗ ପକ୍ଷରୁ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ଉପଲବ୍ଧ କରାଯିବା ସହ ମ୍ୟାଚ୍, ଉଦ୍ଘାଟନ ଓ ଉଦ୍ଯାପନୀ ସମାରୋହ ପାଇଁ ଆବଶ୍ୟକ ସହଯୋଗ, ବୈଷୟିକ ଅଧିକାରୀ ଏବଂ ବିଭିନ୍ନ ଗ୍ରାଉଣ୍ଡରେ ପୋଲିସ କର୍ମଚାରୀ ନିୟୋଜନ କରାଯିବ। ଖେଳାଳିଙ୍କ ଯାତାୟାତ ପାଇଁ ଏସଓଜି , କୋରାପୁଟ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କୋରାପୁଟ ପକ୍ଷରୁ ବସ୍ ବ୍ୟବସ୍ଥା କରାଯିବ। ଓଏସଏପି ୩ୟ ବାଟାଲିୟନ ପକ୍ଷରୁ ୬ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଓଏସଏପି ଗ୍ରାଉଣ୍ଡ ଉପଲବ୍ଧ କରାଯିବା ସହ ଟେବୁଲ, ଚେୟାର, ଟେଣ୍ଟ ଓ ବିଦ୍ୟୁତ ଭଳି ଆବଶ୍ୟକ ଲଜିଷ୍ଟିକ୍ ସୁବିଧା ଯୋଗାଇ ଦିଆଯିବ। ଉପଲବ୍ଧ ଥିଲେ ଖାଲି ବାରାକ୍ ଖେଳାଳିଙ୍କ ରହଣି ପାଇଁ ଦିଆଯିବ। ସେହିପରି ଆଇ ଆର ବି ଏନ ପକ୍ଷରୁ ଗ୍ରାଉଣ୍ଡ ଓ ଆବଶ୍ୟକ ଲଜିଷ୍ଟିକ୍ ସହାୟତା ଯୋଗାଇ ଦିଆଯିବ।କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପୋର୍ଟସ କମ୍ପ୍ଲେକ୍ସ ୬ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ମ୍ୟାଚ୍ ପାଇଁ ଉପଲବ୍ଧ କରାଯିବା ସହ ଆବଶ୍ୟକ ଟେବୁଲ, ଚେୟାର, ଟେଣ୍ଟ ଓ ବିଦ୍ୟୁତ ବ୍ୟବସ୍ଥା କରାଯିବ। ଡିଏଭି କଲେଜ ଗ୍ରାଉଣ୍ଡ ମଧ୍ୟ ୦୬ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ମ୍ୟାଚ୍ ପାଇଁ ଉପଲବ୍ଧ କରାଯିବ। ପ୍ରତିଯୋଗିତା ପାଇଁ ନାଲକୋ , ଦାମନଯୋଡ଼ି ଓ ହାଲ, ସୁନାବେଡ଼ା ପକ୍ଷରୁ ପୁରସ୍କାର ଓ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ସ୍ପନସର କରାଯିବ। ଏହା ମାଧ୍ୟମରେ ଯୁବ ଖେଳାଳିମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହିତ କରାଯିବ। ଖେଳାଳି ଓ ଟିମ୍ ସଦସ୍ୟଙ୍କ ରହଣି ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆବାସ ବ୍ୟବସ୍ଥା କରାଯିବ। ଖେଳାଳିମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମସ୍ତ ଗ୍ରାଉଣ୍ଡରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯିବ। ପିଡାବ୍ଲୁଡ଼ି ପକ୍ଷରୁ ଆବାସିକ ସ୍ଥାନରେ ଥିବା ଶୌଚାଳୟଗୁଡ଼ିକର ଆବଶ୍ୟକ ମରାମତି କରାଯିବ। ପି ଏଚଡି ପକ୍ଷରୁ କେନ୍ଦ୍ରୀୟ ରୋଷେଇଘର, ସରକାରୀ ଉଚ୍ଚ ବିଦ୍ୟାଳୟ, କୋରାପୁଟରେ ୨ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯିବ। ଆର ଡବ୍ଲୁ ଏସ ଏସ ପକ୍ଷରୁ ସମସ୍ତ ଭେନ୍ୟୁରେ ଅସ୍ଥାୟୀ ଶୌଚାଳୟ ଓ ପରିସ୍ରାଗାର ବ୍ୟବସ୍ଥା କରାଯିବ। କୋରାପୁଟ ପ୍ରଶାସନ ପକ୍ଷରୁ ୮ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ମ୍ୟାଚ୍ ଭେନ୍ୟୁ ଓ ଆବାସିକ ସ୍ଥାନରେ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଭେନ୍ୟୁ ଓ ଆବାସିକ ସ୍ଥାନରେ ଜରୁରୀ ପରିସ୍ଥିତି ମୁକାବିଲା ପାଇଁ ଟିମ୍ ପ୍ରସ୍ତୁତ ରଖାଯିବ।ପ୍ରତିଯୋଗିତା ସମ୍ପର୍କରେ ବ୍ୟାପକ ପ୍ରଚାର-ପ୍ରସାର ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, କୋରାପୁଟ ପକ୍ଷରୁ ଗଣମାଧ୍ୟମ ସମନ୍ୱୟ ଓ ବ୍ୟାପକ ପ୍ରଚାର ବ୍ୟବସ୍ଥା କରାଯିବ। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ଓ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସମନ୍ୱିତ ଭାବେ ପ୍ରସ୍ତୁତି ଚାଲିଛି। କୋରାପୁଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ଫୁଟବଲ ଖେଳାଳିଙ୍କ ଏହି ବୃହତ୍ କ୍ରୀଡ଼ା ଆୟୋଜନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande