
ଘଟଗାଁ, ୧ ଅକ୍ଟୋବର (ହି.ସ.)- ଅମ୍ବିକା ସରକାରୀ ଉଚ୍ଚ ବିଦ୍ୟାଳୟ ପଣ୍ଡାପଡା ଠାରେ ଅନୁଷ୍ଠିତ ହୋଇଯାଇଛି ୭୨ତମ ବନ୍ୟ ପ୍ରାଣୀ ସୁରକ୍ଷା ସଚେତନତା ସପ୍ତାହ। ଗତ ସେପ୍ଟେମ୍ବର ୨୭ ତାରିଖ ଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ୭୨ତମ ବନ୍ୟ ପ୍ରାଣୀ ସୁରକ୍ଷା ସଚେତନତା ସପ୍ତାହ ଅବସରରେ ଅମ୍ବିକା ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥିଭାବେ ସଦର ରେଞ୍ଜ ଫରେଷ୍ଟ ଗାର୍ଡ ଭବାନୀ ଶଙ୍କର ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପ୍ରଧାନ ଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ର ମଞ୍ଚାସିନ ହୋଇଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଜଙ୍ଗଲରେ ବସବାସ କରୁଥିବା ବିଭିନ୍ନ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ଓ ସଚେତନ ଲାଗି ପୁଙ୍ଖାନୁପୁଙ୍ଖ ବୁଝାଇ କହିଥିଲେ। ପରେ ପରେ ସମ୍ମାନିତ ଅତିଥି ଶ୍ରୀମତୀ ମହାପାତ୍ର ଛାତ୍ରୀ ମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ଜଙ୍ଗଲ ସୁରକ୍ଷିତ ରହିଲେ ବନ୍ୟ ପ୍ରାଣୀ ସୁରକ୍ଷିତ ରହିବେ ବୋଲି ବୁଝାଇ କହିଥିଲେ। ସ୍ଵେଚ୍ଛା ସେବୀ ଅନୁଷ୍ଠାନ ଏଫ ଇ ଏସ ଦ୍ୱାରା ଆୟୋଜିତ ବନ୍ୟ ପ୍ରାଣୀ ସୁରକ୍ଷା ସଚେତନ ପାଳନ ଅବସରରେ ଅମ୍ବିକା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ରଚନା ପ୍ରତିଯୋଗିତା ଆୟୋଜନ ହୋଇଥିଲା। ପ୍ରତିଯୋଗିତାରେ ବିଜେତା ହୋଇ ପ୍ରଥମ, ଦ୍ଵିତୀୟ ତୃତୀୟ ଓ ଚତୁର୍ଥ ସ୍ଥାନ ଚୟନ ହୋଇ କୃତିତ୍ଵ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନପତ୍ର ଓ ଉପହାର ଦେଇ ଉତ୍ସାହିତ କରିବା ସହ ସ୍ୱାଗତ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ