ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନ ଅବସରରେ
ପୂର୍ବତନ     ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ     ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ପୂର୍ବତନ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ

ଉପମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନ ଅବସରରେ

ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଉତ୍ତମ

ସ୍ୱାସ୍ଥ୍ୟ, ସୁଖ-ସମୃଦ୍ଧି ଏବଂ

ଦୀର୍ଘ ଓ ପୂର୍ଣ୍ଣ ଜୀବନର ଆଶୀର୍ବାଦ ପ୍ରଦାନ କରନ୍ତୁ। ମୁଖ୍ୟମନ୍ତ୍ରୀ ମାଝୀ ନିଜ ବାର୍ତ୍ତାରେ

କହିଛନ୍ତି ଯେ, ରାମନାଥ କୋବିନ୍ଦ

ନିଜ ଜ୍ଞାନ, ସମର୍ପଣ ଓ

ରାଷ୍ଟ୍ରସେବା ମାଧ୍ୟମରେ ଦେଶବାସୀଙ୍କୁ ନିରନ୍ତର ପ୍ରେରଣା ଯୋଗାଇ ଚାଲନ୍ତୁ। ସେ ପୂର୍ବତନ

ରାଷ୍ଟ୍ରପତିଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ

କନକ ବର୍ଦ୍ଧନ ସିଂହଦେଓ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସାଧାରଣ

ପୃଷ୍ଠଭୂମିରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ତାଙ୍କର ଉଲ୍ଲେଖନୀୟ ଯାତ୍ରା

ଅଧ୍ୟବସାୟ, ଜନସେବା ଏବଂ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧର

ଅକ୍ଷୟ ଶକ୍ତିର ଏକ ଉଜ୍ଜ୍ୱଳ ଉଦାହରଣ। ତାଙ୍କର ଗୌରବମୟ କାର୍ଯ୍ୟକାଳ ମର୍ଯ୍ୟାଦା, ସମ୍ବିଧାନ ପ୍ରତି ପ୍ରତିବଦ୍ଧତା ଏବଂ ସମାବେଶୀ

ଶାସନ ଉପରେ ଦୃଢ଼ ଗୁରୁତ୍ୱକୁ ପ୍ରତିଫଳିତ କରିଥିଲା। ମହାପ୍ରଭୁ ଜଗନ୍ନାଥ ଜୀ ତାଙ୍କୁ ଆଗାମୀ

ବର୍ଷଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଓ ସୁଖ ପ୍ରଦାନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande