ରାୟଗଡ଼ା ରେଳ ଷ୍ଟେସନରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ବରିଷ୍ଠ ନାଗରିକ ଦିବସ ଅବସରରେ ଗୁରୁବାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଦ୍ୱାରା ରାୟଗଡ଼ା ରେଳ ଷ୍ଟେସନରୁ ଖୁସି, ଉତ୍ସାହ ଓ ଜୀବନର ସ୍ୱପ୍ନକୁ ସାଙ୍ଗରେ ନେଇ ପୂଜ୍ୟ ବରିଷ୍ଠ ନାଗରିକମାନେ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଟ୍ରେନ ଯୋଗେ ତୀର୍ଥଯାତ୍ରା ଯାତ୍ରା ଆରମ
ZGEJ


ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ବରିଷ୍ଠ ନାଗରିକ ଦିବସ ଅବସରରେ ଗୁରୁବାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଦ୍ୱାରା ରାୟଗଡ଼ା ରେଳ ଷ୍ଟେସନରୁ ଖୁସି, ଉତ୍ସାହ ଓ ଜୀବନର ସ୍ୱପ୍ନକୁ ସାଙ୍ଗରେ ନେଇ ପୂଜ୍ୟ ବରିଷ୍ଠ ନାଗରିକମାନେ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଟ୍ରେନ ଯୋଗେ ତୀର୍ଥଯାତ୍ରା ଯାତ୍ରା ଆରମ୍ଭ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛି।

ଏଥିରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାର ପଖାପାଖି ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ଅଛନ୍ତି। ସମସ୍ତଙ୍କ ସୁରକ୍ଷା ପାଇଁ ସାଙ୍ଗରେ ୨୫ ଜଣ ଏସ୍କର୍ଟ ଅଫିସର୍ ମଧ୍ୟ ଯାଉଛନ୍ତି।ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ବରିଷ୍ଠ ନାଗରିକମାନେ ବିଭିନ୍ନ ସ୍ଥାନକୁ ତୀର୍ଥଯାତ୍ରାରେ ଯାଉଛନ୍ତି ଏବଂ ଆଗାମୀ ଦିନରେ ମଧ୍ଯ ଯିବେ। ଚଳିତ ବର୍ଷ ପ୍ରାୟ ୮ ହଜାର ବରିଷ୍ଠ ନାଗରିକ ୧୦ ଟି ପର୍ଯ୍ୟାୟରେ ଅଯୋଧ୍ୟା, ବାରଣାସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ୍ ଓ ମଦୁରାଇ ତୀର୍ଥ ସ୍ଥାନକୁ ଭ୍ରମଣର ସୁଯୋଗ ପାଇବେ ଆମ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସୁବିଧା କରାଯାଇଥିବା ବେଳେ ସୁରକ୍ଷା, ସୁବିଧା ଓ ସ୍ୱାସ୍ଥ୍ୟ ଉପାରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande