ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ
ଜୟପୁର, ୧୦ ଅକ୍ଟୋବର (ହି.ସ.)- ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ଵାବଧାନରେ ଆଜି ବିଶ୍ବ ମାନସିକ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର ସଭାଗୃହ ଠାରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତି
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ


ଜୟପୁର, ୧୦ ଅକ୍ଟୋବର (ହି.ସ.)- ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ଵାବଧାନରେ ଆଜି ବିଶ୍ବ ମାନସିକ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର ସଭାଗୃହ ଠାରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ତଥା ବରିଷ୍ଠ ଦେୱନୀ ବିଚାରପତୀ ତଥା ମହିଳା କୋର୍ଟ ବିଚାରପତି ଶ୍ରୀମତୀ ଅଳକାନନ୍ଦ ମହାନ୍ତି ଯୋଗଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର ସମ୍ମାନୀୟ ଅତିଥି ଭାବେ ଡ.ଦୁର୍ଗା ପ୍ରସାଦ ପାତ୍ର, ମାନସିକ ବିଶେଷଜ୍ଞ ଅଧିକାରୀ ଡ.ସବ୍ୟସାଚୀ ମହାପାତ୍ର, ଜିଲ୍ଲା ମୁଖ୍ୟ ସିକିତ୍ସାଳୟ ପରିଚାଳକ ଶ୍ରୀମତୀ ରୂପଶ୍ରୀ ମଧୁମିତା ନାୟକ, କ୍ଲିନିକାଲ୍ ସାଇକୋଲୋଜି ଡ. ସମୀକ୍ଷା ସାହୁ, ମନସ୍ତତ୍ତ୍ୱ ସାମାଜିକ କର୍ମୀ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିଲେ। ଏହି ବିଶ୍ବ ମାନସିକ ଦିବସ ଅବସରରେ ଅତିଥି ଗଣ ମାନସିକ ରୋଗର ଲକ୍ଷଣ ଏବଂ ପ୍ରତିରକ୍ଷା ବିଷୟ ଉପରେ ଆଲୋଚନା କରିଥିଲେ ଯେ, ମନରେ ଭ୍ରାନ୍ତ ଧାରଣା ପ୍ରବେଶ, ଅତ୍ୟଧିକ ସନ୍ଦେହ, ମନେ ମନେ ହସିବା, କାନ୍ଦିବା ବା ଗୁଣୁ ଗୁଣୁ ହୋଇ ଗପିବା ସମେତ ଅସଙ୍ଗତ ବ୍ୟବହାର, ନିଜ ଚିହ୍ନାଲୋକଙ୍କୁ ବିରୋଧି ଭାବିବା, ନିଜ ପରିବାରର ଚରିତ୍ରକୁ ନେଇ ସନ୍ଦେହ ଯେ କୌଣସି ଲୋକ କଥା ହେଲେ ନିଜ ବିଷୟରେ ଖାଲି ଭାବିବା, ଏକା ଏକା ଅନ୍ୟମନସ୍କ ରହିବା, ଶୂନ୍ୟରୁ କଥା ଶୁଣିବା ବା କିଛି ଦେଖିବା ଯାହା ଅନ୍ୟକୁ ଦୃଶ୍ୟ ହେଉନଥିବା କାମରେ ଆଗ୍ରହ ନରହିବା ମୂର୍ତ୍ତୀଭଳି ବସି ରହିବା ନିଜକୁ ଯତ୍ନ ନନେବା ଇତ୍ୟାଦି ମାନସିକ ରୋଗ ଲକ୍ଷଣ ଏବଂ ଏଥିପାଇଁ ଯୋଗ, ମଧୁର ସଙ୍ଗିତ ଶୁଣିବା, ଧ୍ୟାନ କରିବା, ଶରୀର ମାଲିସ୍ କରିବା ଭଳି ମନକୁ ହାଲୁକା କରିବାର କୌଶଳ ଗ୍ରହଣ କରି ସମସ୍ୟା ଠାରୁ ଦୂରେଇ ରହିଲେ ମନ ହାଲୁକା ହେବାରେ ସାହାଯ୍ୟ କରେ, ମାନସିକ ଅବସାଦ ବା ଚାପ ସମୟରେ ଅତିରିକ୍ତ ନିଦ୍ରା ଯିବା ଆବଶ୍ୟକ, ପ୍ରତିଦିନ ଅତି କମରେ ୮ ଘଣ୍ଟା ସୁନିଦ୍ରା ଅତ୍ୟନ୍ତ ଆବଶ୍ୟକ, ଚାପଗ୍ରସ୍ତ ଥିଲେ ଧିରେ ଧିରେ ଦୀର୍ଘ ନିଶ୍ବାସ ଓ ପ୍ରଶ୍ବାସ ନେବା ଅଭ୍ୟାସ କରିବାକୁ ପଡେ । ନିଜ ସମସ୍ୟା ବା ଦଃଖକୁ ନିଜର ସାଙ୍ଗସାଥି ବା ପରିବାର ସଦସ୍ୟଙ୍କ ସହ ବାଣ୍ଟନ୍ତୁ ଆବଶ୍ୟକସ୍ଥଳେ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ପିକେପି

 rajesh pande