
ଝାରସୁଗୁଡ଼ା, ୧୦ ଅକ୍ଟୋବର (ହି.ସ.) - ବେଲପାହାଡ଼ର ନବନିର୍ମିତ ମା’ ସମଲେଶ୍ୱରୀ ମନ୍ଦିରରେ ଶନିବାର ଧୂବାଳମୁଖୀ ବେଶ ସହ ଭବ୍ୟ କଳସ ଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନକୁ ନେଇ ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ଏକ ଭବ୍ୟ କଳସ ଯାତ୍ରା ବେଲପାହାଡ଼ର ସମଡ଼ାକଂଟାଠାରୁ ବାହାରି ଶନି ସମଡ଼ା ଛକ, ବେଲପାହାଡ଼ ଫାଟକ ଓ ଆଜାଦ ଛକ ଦେଇ ଶନିବାର ବଜାରସ୍ଥିତ ନବନିର୍ମିତ ମା’ ସମଲେଶ୍ୱରୀ ମନ୍ଦିରରେ ପହଂଚିଥିଲା। ଯାତ୍ରାରେ ଭକ୍ତି ଓ ଉତ୍ସାହର ସହ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ।
ମା’ଙ୍କ ଧୂବାଳମୁଖୀ ବେଶ ଦର୍ଶନ କରିବା ସହ କଳସ ଯାତ୍ରାରେ ସାମିଲ ହୋଇ ଭକ୍ତମାନେ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଏହି ଧାର୍ମିକ ଉତ୍ସବ ଅଂଚଳର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରିଦେଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ