ପ୍ରଧାନମନ୍ତ୍ରୀ ରବିବାର ଚେନ୍ନାଇରେ ୧୩ ହଜାର କୋଟିରୁ ଅଧିକ ଟଙ୍କାର ବିକାଶ ପ୍ରକଳ୍ପର ଦେବେ ଭେଟି
ନୂଆଦିଲ୍ଲୀ, ୧୦ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡୁର ରାଜଧାନୀ ଚେନ୍ନାଇ ଗସ୍ତ କରିବେ ଏବଂ ଏହି ଅବସରରେ ୧୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକରେ ମେଟ୍ରୋ ରେଳ, ଜାତୀୟ ରାଜପଥ, ରେ
प्रधानमंत्री नरेन्द्र मोदी गुरुवार को 10वें इंडिया मोबाइल कांग्रेस को संबोधित करते हुए


ନୂଆଦିଲ୍ଲୀ, ୧୦ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡୁର ରାଜଧାନୀ ଚେନ୍ନାଇ ଗସ୍ତ କରିବେ ଏବଂ ଏହି ଅବସରରେ ୧୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକରେ ମେଟ୍ରୋ ରେଳ, ଜାତୀୟ ରାଜପଥ, ରେଳବାଇ, ବନ୍ଦର, ପେଟ୍ରୋଲିୟମ ଏବଂ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଯୋଜନା ସାମିଲ ରହିଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ ମୋଦୀ ଏହି ଅବସରରେ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ପୁନମଲ୍ଲୀ-ବଡ଼ପଳନି ଖଣ୍ଡର ଉଦଘାଟନ କରିବେ। ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଖଣ୍ଡରେ ୩.୭ କିଲୋମିଟର ଲମ୍ବା ଡବଲ ଡେକର ଢାଂଚା ମଧ୍ୟ ସାମିଲ ରହିଛି। ଏଥିରେ ଚାଳକବିହୀନ ପରିଚାଳନା ପାଇଁ ଅନୁକୂଳ ଆଧୁନିକ ସିଗନାଲିଂ ବ୍ୟବସ୍ଥା ଲଗାଯାଇଛି। ଏହି ଖଣ୍ଡ ଆରମ୍ଭ ହେବା ଦ୍ୱାରା ଚେନ୍ନାଇର ପଶ୍ଚିମ ଉପନଗର ଏବଂ ସହରର ମଧ୍ୟଭାଗ ମଧ୍ୟରେ ଯୋଗାଯୋଗ ଉନ୍ନତ ହେବ ଏବଂ ଯାତ୍ରୀମାନଙ୍କ ଯାତ୍ରା ସମୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ମୋଦୀ ତାମିଲନାଡୁରେ ପ୍ରାୟ ୩,୭୦୦ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ ଏବଂ କିଛି ପ୍ରକଳ୍ପର ଉଦଘାଟନ କରିବେ। ଏଥିରେ ଜାତୀୟ ରାଜପଥ-୭୪୪ର ବଡୁଗାପଟ୍ଟି-ଥେରକୁଭେଙ୍ଗନଲ୍ଲୁର ଖଣ୍ଡର ୩୬ କିଲୋମିଟର ଲମ୍ବା ଚାରି ଲେନ ବିଶିଷ୍ଟ ଅଂଶ ଏବଂ ମଦୁରାଇ ରିଙ୍ଗ ରୋଡର ୩୦ କିଲୋମିଟର ଲମ୍ବା ଚାରି ଲେନ ବିଶିଷ୍ଟ ଅଂଶ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୮୩ର ନାଗପଟ୍ଟିନମ-ତଞ୍ଜାଭୁର ଖଣ୍ଡରେ ତିରୁଭାରୁର ବାଇପାସର ଶିଳାନ୍ୟାସ ମଧ୍ୟ କରିବେ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଯାତାୟାତ ସୁଗମ ହେବା, ଭିଡ଼ କମିବା ଏବଂ ଆଂଚଳିକ ଯୋଗାଯୋଗ ମଜବୁତ ହେବାର ଆଶା ରହିଛି।

ପ୍ରଧାନମନ୍ତ୍ରୀ ୭୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତିଭୂମି ପ୍ରକଳ୍ପଗୁଡ଼ିକୁ ମଧ୍ୟ ରାଷ୍ଟ୍ରକୁ ସମର୍ପିତ କରିବେ। ଏଥିରେ କରାଇକାଲ-ପେରଲମ ରେଳ ଲାଇନ ଏବଂ କୋଏମ୍ବାଟୁର ଓ ଆଖପାଖ ଅଂଚଳରେ ତିନୋଟି ରେଳ ଫ୍ଲାଏଓଭର ସାମିଲ ଅଛି। ଏହା ବ୍ୟତୀତ ପଳନି, ଭେଲ୍ଲୋର କ୍ୟାଟେନମେଂଟ ଅମ୍ବାସମୁଦ୍ରମ, ପରମକୁଡି ଏବଂ ନମକ୍କଲରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନର୍ବିକଶିତ ପାଂଚଟି ରେଳ ଷ୍ଟେସନର ଉଦଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରେଳ ସଂଯୋଗ ମଜବୁତ ହେବା ସହ ରେଳ ଫାଟକଗୁଡ଼ିକରେ ଲାଗୁଥିବା ଜାମ ଏବଂ ଅପେକ୍ଷା ସମୟ ହ୍ରାସ ପାଇବାର ଆଶା ରହିଛି।

-------------------

-------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande