
ଡେରାଡୁନ, ୧୦ ଅକ୍ଟୋବର (ହି.ସ.)- ଆଗାମୀ କିଛି ଦିନ ପାଇଁ ଉତରାଖଣ୍ଡର ପାଣିପାଗରେ ପରିବର୍ତନର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଶନିବାର ରାଜ୍ୟର ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୩୫୦୦ ମିଟରରୁ ଅଧିକ ଉଚ୍ଚତାରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୧୧ ତାରିଖରେ ହରିଦ୍ୱାର ଏବଂ ଉଧମ ସିଂହ ନଗରରେ ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଥିବା ବେଳେ ପାହାଡ଼ିଆ ଅଂଚଳରେ କିଛି ସ୍ଥାନରେ ହାଲୁକା ବର୍ଷା ଏବଂ ଉଚ୍ଚ ଅଂଚଳରେ ତୁଷାରପାତ ହୋଇପାରେ।
ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ, ଅକ୍ଟୋବର ୧୦ ତାରିଖରେ ଡେରାଡୁନ, ତେହରି, ଚାମୋଲି, ରୁଦ୍ରପ୍ରୟାଗ, ଉତରକାଶୀ, ନୈନିତାଲ, ଚମ୍ପାୱତ, ବାଗେଶ୍ୱର ଏବଂ ପିଥୋରାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହିତ ଘଂଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ।
ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୧୨ ତାରିଖରେ ଡେରାଡୁନ, ତେହରି, ଉତରକାଶୀ, ଚମୋଲି, ରୁଦ୍ରପ୍ରୟାଗ, ବାଗେଶ୍ୱର ଏବଂ ପିଥୋରାଗଡ଼ରେ କେତେକ ସ୍ଥାନରେ ହାଲୁକା ବର୍ଷା ଏବଂ ୩୫୦୦ ମିଟରରୁ ଅଧିକ ଉଚ୍ଚ ଅଂଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଅବଶିଷ୍ଟ ଅଂଚଳରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ଅକ୍ଟୋବର ୧୩ ଏବଂ ୧୪ ତାରିଖରେ ଡେରାଡୁନ, ଉତରକାଶୀ, ଚମୋଲି, ରୁଦ୍ରପ୍ରୟାଗ, ବାଗେଶ୍ୱର, ନୈନିତାଲ ଏବଂ ପିଥୋରାଗଡ଼ର ଉଚ୍ଚ ଅଂଚଳରେ ହାଲୁକା ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ରହିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ