ଜନ୍ତରମନ୍ତରରେ ବିକ୍ଷୋଭରେ ଯୋଗଦେବାକୁ ଜର୍ମାନୀରୁ ଆସିଥିବା ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ, ୧୦ ଅକ୍ଟୋବର (ହି.ସ.)। ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆଜି ପ୍ରସ୍ତାବିତ ବିକ୍ଷୋଭ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ପୁଲିସ ଜର୍ମାନୀରୁ ନିକଟରେ ଫେରିଥିବା ଚର୍ଚ୍ଚିତ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଅଟକ ରଖିଛି। ହରିୟାଣାର ଗୁରୁଗ୍ରାମସ୍ଥିତ ତାଙ୍କ ବାସଭ
यू-ट्यूबर ध्रुव राठी। फोटो -  इंटरनेट मीडिया


ନୂଆଦିଲ୍ଲୀ, ୧୦ ଅକ୍ଟୋବର (ହି.ସ.)। ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆଜି ପ୍ରସ୍ତାବିତ ବିକ୍ଷୋଭ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ପୁଲିସ ଜର୍ମାନୀରୁ ନିକଟରେ ଫେରିଥିବା ଚର୍ଚ୍ଚିତ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଅଟକ ରଖିଛି। ହରିୟାଣାର ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଅଟକ ରଖାଯାଇଛି।

ଶନିବାର ସକାଳ ପ୍ରାୟ ୭ଟା ୪୮ ମିନିଟ୍ରେ ଦିଲ୍ଲୀ ପୁଲିସ ସେକ୍ଟର-୫୬ସ୍ଥିତ ସେଣ୍ଟ୍ରାଲ ପାର୍କ ବିହାରରେ ଥିବା ତାଙ୍କ ଘରେ ପ୍ରବେଶ କରିଥିଲା। ଏଠାରେ ଧ୍ରୁବଙ୍କ ପରିବାର ରହୁଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରୁ ଦିଲ୍ଲୀ ପୁଲିସର ପ୍ରାୟ ୫୦ ଜଣ ଯବାନ ସାଧା ପୋଷାକରେ ଧ୍ରୁବଙ୍କ ଘର ବାହାରେ ଓ ଆଖପାଖ ଅଞ୍ଚଳରେ ମୁତୟନ ହୋଇଥିଲେ। ଏହି ବିକ୍ଷୋଭରେ ସାମିଲ ହେବା ପାଇଁ ୟୁଟ୍ୟୁବର ଧ୍ରୁବ ରାଠୀ କିଛି ଦିନ ପୂର୍ବରୁ ଜର୍ମାନୀରୁ ଭାରତ ଫେରିଥିଲେ।

ଧ୍ରୁବ ରାଠୀ ଜଣେ ପ୍ରସିଦ୍ଧ ୟୁଟ୍ୟୁବର, ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର, ରାଜନୈତିକ ଓ ସାମାଜିକ ସମୀକ୍ଷକ। ସେ ମୁଖ୍ୟତଃ ସାମ୍ପ୍ରତିକ ଘଟଣାବଳୀ, ସାମାଜିକ-ରାଜନୈତିକ ପ୍ରସଙ୍ଗ, ପରିବେଶ ଓ ଇତିହାସ ଭଳି ବିଷୟ ଉପରେ ବିଶ୍ଳେଷଣାତ୍ମକ ଭିଡିଓ ପ୍ରସ୍ତୁତ କରିବା ପାଇଁ ପରିଚିତ। ୧୯୯୪ ଅକ୍ଟୋବର ୮ ତାରିଖରେ ହରିୟାଣାର ରୋହତକଠାରେ ଜନ୍ମଗ୍ରହଣ କରିଥିବା ଧ୍ରୁବଙ୍କ ପିତା ଜଣେ ଇଞ୍ଜିନିୟର ଏବଂ ମାଆ ଜଣେ ଶିକ୍ଷୟିତ୍ରୀ। ଉଚ୍ଚଶିକ୍ଷା ପାଇଁ ସେ ୧୭ ବର୍ଷ ବୟସରେ ଜର୍ମାନୀ ଯାଇଥିଲେ।

ଉଚ୍ଚଶିକ୍ଷା ହାସଲ କରିବା ପରେ ଧ୍ରୁବ ୨୦୧୪ରେ ନିଜର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ସେ ଆଇଫୋନ୍ ସାହାଯ୍ୟରେ ଯାତ୍ରା ସମ୍ପର୍କିତ ଭିଡିଓ ବା ଟ୍ରାଭେଲ୍ ଭ୍ଲଗ୍ ପ୍ରସ୍ତୁତ କରି ଅପଲୋଡ୍ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଦେଶ ଓ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗଗୁଡ଼ିକୁ ସରଳ ଭାଷାରେ ତଥ୍ୟ ଓ ଗ୍ରାଫିକ୍ସ ସହ ବୁଝାଇବା ଆରମ୍ଭ କରିଥିଲେ। ତାଙ୍କର ଏହି ତଥ୍ୟ-ଯାଞ୍ଚ ଓ ଶିକ୍ଷାମୂଳକ ଉପସ୍ଥାପନା ଶୈଳୀକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ।

ଭାରତୀୟ ଦର୍ଶକଙ୍କ ପାଇଁ ସେ ତାମିଲ, ତେଲୁଗୁ, ବଙ୍ଗଳା ଆଦି ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ ଚ୍ୟାନେଲ ଆରମ୍ଭ କରିଛନ୍ତି। ତାଙ୍କର ସମସ୍ତ ଡିଜିଟାଲ୍ ପ୍ଲାଟ୍ଫର୍ମକୁ ମିଶାଇ କୋଟି କୋଟି ଅନୁଗାମୀ ଅଛନ୍ତି। କେବଳ ତାଙ୍କର ମୁଖ୍ୟ ୟୁଟ୍ୟୁବ୍ ଚ୍ୟାନେଲରେ ୪୦ ନିୟୁତରୁ ଅଧିକ ଅର୍ଥାତ୍ ୪ କୋଟିରୁ ଅଧିକ ସବ୍ସ୍କ୍ରାଇବର ଅଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande