ନବରାତ୍ରିର ପ୍ରଥମ ଦିନରେ ମା’ ପାଟେଶ୍ୱରୀଙ୍କ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ଯୋଗୀ, ଗାଈମାନଙ୍କୁ ଖୁଆଇଲେ ସବୁଜ ଚାରା
ଉତ୍ତର ପ୍ରଦେଶ, ୧୧ ଅକ୍ଟୋବର (ହି.ସ.)। ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାର ତୁଲସୀପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ଦେବୀପାଟନ ମନ୍ଦିରରେ ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମା’ ପାଟେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେ ଦେଶ ଓ ରାଜ୍ୟର ସ
CM yogi


CM yogi


ଉତ୍ତର ପ୍ରଦେଶ, ୧୧ ଅକ୍ଟୋବର (ହି.ସ.)। ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାର ତୁଲସୀପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ଦେବୀପାଟନ ମନ୍ଦିରରେ ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମା’ ପାଟେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେ ଦେଶ ଓ ରାଜ୍ୟର ସୁଖ, ସମୃଦ୍ଧି କାମନା କରିଥିଲେ।ମୁଖ୍ୟମନ୍ତ୍ରୀ ମା’ ପାଟେଶ୍ୱରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଗତ ଶନିବାର ସନ୍ଧ୍ୟାରେ ହିଁ ଦେବୀପାଟନ ମନ୍ଦିରରେ ପହଞ୍ଚିଥିଲେ। ଦର୍ଶନ ଓ ପୂଜାର୍ଚ୍ଚନା ପରେ ସେ ମନ୍ଦିର ପରିସରରେ ଥିବା ଗୋଶାଳାକୁ ଯାଇ ଗୋବଂଶମାନଙ୍କୁ ସବୁଜ ଚାରା ଖୁଆଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମନ୍ଦିର ପରିସର ପରିଦର୍ଶନ କରିବା ସହ ପିଲାମାନଙ୍କୁ ଚକୋଲେଟ୍ ମଧ୍ୟ ବାଣ୍ଟିଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହ ଦେବୀପାଟନ ପୀଠର ପୀଠାଧୀଶ୍ୱର ମହନ୍ତ ମିଥିଳେଶ ନାଥ ଯୋଗୀ ମହାରାଜ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande