ଅନ୍ତର୍ଜାତୀୟ ବାଳିକା ଦିବସରେ ବାଳିକାଙ୍କ ସାମର୍ଥ୍ୟ, ସ୍ୱପ୍ନ ଓ ଅସୀମ ସମ୍ଭାବନାକୁ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଅନ୍ତର୍ଜାତୀୟ ବାଳିକା ଦିବସରେ ବାଳିକାଙ୍କ ସାମର୍ଥ୍ୟ, ସ୍ୱପ୍ନ ଓ ଅସୀମ ସମ୍ଭାବନାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛ
ବାଳିକା


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଅନ୍ତର୍ଜାତୀୟ ବାଳିକା ଦିବସରେ ବାଳିକାଙ୍କ ସାମର୍ଥ୍ୟ, ସ୍ୱପ୍ନ ଓ ଅସୀମ

ସମ୍ଭାବନାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ, ଆମେ ପ୍ରତ୍ୟେକ

ବାଳିକାଙ୍କ ସାମର୍ଥ୍ୟ, ସ୍ୱପ୍ନ ଓ ଅସୀମ

ସମ୍ଭାବନାକୁ ସମ୍ମାନ ଜଣାଉଛୁ। ଏକ ସୁଦୃଢ଼ ଓ ସମୃଦ୍ଧ ଓଡ଼ିଶା ଗଠନରେ ନାରୀଶକ୍ତି ହିଁ ପ୍ରମୁଖ

ପ୍ରେରଣାଶକ୍ତି ବୋଲି ଆମେ ସ୍ୱୀକାର କରୁଛୁ। ପ୍ରତ୍ୟେକ ଝିଅର ସୁରକ୍ଷା, ସମ୍ମାନ, ଶିକ୍ଷା ଓ

ସର୍ବାଙ୍ଗୀଣ ସଶକ୍ତୀକରଣ ସୁନିଶ୍ଚିତ କରିବାକୁ ଆମ ସରକାର ପ୍ରତିବଦ୍ଧ। ଝିଅମାନେ ଯେପରି ନିଜ

ପ୍ରତିଭାର ବିକାଶ କରିପାରିବେ ଏବଂ ରାଜ୍ୟ ପାଇଁ ଅଧିକ ସମାବେଶୀ, ସମାନତାଭିତ୍ତିକ ଓ

ସମୃଦ୍ଧ ଭବିଷ୍ୟତ ଗଢ଼ିବାରେ ଯୋଗଦାନ ଦେଇପାରିବେ, ସେଥିପାଇଁ ଆମେ ଅଧିକ ସୁଯୋଗ ସୃଷ୍ଟି କରିବାକୁ ସଂକଳ୍ପବଦ୍ଧ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ, ଏପରି ଏକ ଓଡ଼ିଶା ଗଠନ କରିବା ପାଇଁ ଆସନ୍ତୁ ଆମେ ଆମର ଅଟଳ

ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇବା, ଯେଉଁଠାରେ ପ୍ରତ୍ୟେକ ବାଳିକା ନିର୍ଭୟରେ ସ୍ୱପ୍ନ ଦେଖିପାରିବ, ବିନା କୌଣସି

ପ୍ରତିବନ୍ଧକରେ ଶିକ୍ଷା ଲାଭ କରିପାରିବ ଏବଂ ନିଜର ସର୍ବାଧିକ ସାମର୍ଥ୍ୟକୁ ସାକାର କରିପାରିବ। କୌଣସି

ଝିଅର ଭବିଷ୍ୟତ ତା’ର ଜନ୍ମ ପରିସ୍ଥିତି କିମ୍ବା ସାମାଜିକ ପ୍ରତିବନ୍ଧକ ଦ୍ୱାରା କେବେ ବି ସୀମିତ

ହେବା ଉଚିତ ନୁହେଁ। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ସୁରକ୍ଷା, ସମ୍ମାନ ଓ ସମାନ ସୁଯୋଗ ସୁନିଶ୍ଚିତ କରିବା କେବଳ ଏକ ସାମାଜିକ

ଦାୟିତ୍ୱ ନୁହେଁ; ଏହା ଆମ ଦେଶର

ଶକ୍ତି ଓ ସମୃଦ୍ଧି ପାଇଁ ଏକ ନିବେଶ। ପ୍ରତ୍ୟେକ ଝିଅ ଯେପରି ଆତ୍ମବିଶ୍ୱାସୀ ନେତୃତ୍ୱ ନେଇପାରିବ, ନୂତନ ଉଦ୍ଭାବନ

କରିପାରିବ ଏବଂ ସକାରାତ୍ମକ ପରିବର୍ତ୍ତନର ବାହକ ହୋଇପାରିବ, ସେଥିପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା

ନିମନ୍ତେ ଆସନ୍ତୁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା। ଆମେ ଯେତେବେଳେ ଆମ ଝିଅମାନଙ୍କୁ

ସଶକ୍ତ କରୁ, ସେତେବେଳେ ଆମେ

ଓଡ଼ିଶା ଓ ସମଗ୍ର ଦେଶର ଭବିଷ୍ୟତକୁ ସଶକ୍ତ କରୁ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା

ଜାରି କରି କହିଛନ୍ତି ଯେ, ତାଙ୍କୁ ଶିକ୍ଷିତ କରନ୍ତୁ। ସଶକ୍ତ କରନ୍ତୁ। ଦେଖନ୍ତୁ, କିପରି ସମଗ୍ର

ବିଶ୍ୱରେ ପରିବର୍ତ୍ତନ ଆସୁଛି। ଏହି ଆନ୍ତର୍ଜାତୀୟ ବାଳିକା ଦିବସରେ, ଆସନ୍ତୁ ପ୍ରତ୍ୟେକ

ଝିଅକୁ ସୀମାହୀନ ସ୍ୱପ୍ନ ଦେଖିବା ଏବଂ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆଗକୁ ବଢ଼ିବାର

ସୁଯୋଗ ଦେବା।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ବାଳିକାଙ୍କୁ ସଶକ୍ତ କରନ୍ତୁ, ଉଜ୍ଜ୍ୱଳ ଆସନ୍ତାକାଲି ଗଢ଼ନ୍ତୁ! ଏହି ଅନ୍ତର୍ଜାତୀୟ ବାଳିକା ଦିବସ

ଅବସରରେ, ଆସନ୍ତୁ ଆମ

ଝିଅମାନଙ୍କର ଅସୀମ ସମ୍ଭାବନା,

ଶକ୍ତି ଓ ଦୃଢ଼

ମନୋବଳକୁ ଉତ୍ସବ ଭାବେ ପାଳନ କରିବା। ବାଳିକାମାନେ ଏକ ପ୍ରଗତିଶୀଳ ସମାଜର ମୂଳଦୁଆ ଏବଂ

ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଦେବା ଏକ ସଶକ୍ତ

ରାଷ୍ଟ୍ର ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande