ନବରାତ୍ରର ପ୍ରଥମ ଦିନ, କାକଟପୁର ମା ମଙ୍ଗଳାଙ୍କ ପୀଠରେ ଭକ୍ତିମୟ ପରିବେଶ
ପୁରୀ, ୧୧ ଅକ୍ଟୋବର (ହି.ସ.)- ଆଜି ଠାରୁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ମା ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଚଳଚଂଚଳ ହୋଇଉଠିଛି ବିଭିନ୍ନ ଶକ୍ତିପୀଠ । ଘଂଟଘଂଟା, ମନ୍ତ୍ର ପାଠ ଏବଂ ପୂଜାର୍ଚ୍ଚନାରେ ଗୁଞ୍ଜରିତ ହେଉଛି ଶକ୍ତିପୀଠର ପରି
ନବରାତ୍ରର ପ୍ରଥମ ଦିନ, କାକଟପୁର ମା ମଙ୍ଗଳାଙ୍କ ପୀଠରେ ଭକ୍ତିମୟ ପରିବେଶ


ପୁରୀ, ୧୧ ଅକ୍ଟୋବର (ହି.ସ.)- ଆଜି ଠାରୁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ମା ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଚଳଚଂଚଳ ହୋଇଉଠିଛି ବିଭିନ୍ନ ଶକ୍ତିପୀଠ । ଘଂଟଘଂଟା, ମନ୍ତ୍ର ପାଠ ଏବଂ ପୂଜାର୍ଚ୍ଚନାରେ ଗୁଞ୍ଜରିତ ହେଉଛି ଶକ୍ତିପୀଠର ପରିବେଶ । ମା' ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ନବ ଦିନ ବ୍ୟାପୀ ବିଭିନ୍ନ ରୀତିନୀତି ଅନୁସାରେ ମା' ଙ୍କ ପୂଜା କରାଯିବ । ଏବଂ ମା' ଙ୍କ ପୀଠରେ ନବ ଦିନ ବ୍ୟାପୀ ଜଳିବ ଅଖଣ୍ଡ ଦୀପ ।

ଏହି ଅବସରରେ ପୁରୀ ଜିଲ୍ଲାର କାକଟପୁରର ଆରାଧ୍ୟ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶ୍ରଦ୍ଧାଳୁମାନେ ପୀଠକୁ ଆସି ମା' ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରୁଛନ୍ତି । ନବରାତ୍ରରେ ମା' ଙ୍କ ନାଲିକଲି ବେଶ, କଳାକଲି ବେଶ, ସିଂହବାହିନୀ, ମହିଷାମର୍ଦ୍ଦିନୀ, ଶାନ୍ତି ବେଶରେ ଦର୍ଶନ ଦେବେ ମା । ବିଜୟା ଦଶମୀରେ ମା' ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande