ବୁଢ଼ୀଗଣ୍ଡକୀ ନଦୀରେ ବନ୍ୟା ପ୍ରକୋପ : ୬ଟି ସେତୁ ଧୋଇଗଲା, ଅତି କମ୍ ରେ ୧୦ ଜଣ ନିଖୋଜ; ୩୫ ଘର ଧୋଇଗଲା
କାଠମାଣ୍ଡୁ, ୧୧ ଅକ୍ଟୋବର (ହି.ସ.)- ନେପାଳର ବୁଢ଼ୀଗଣ୍ଡକୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବନ୍ୟାରେ ୬ଟି ସେତୁ ଧୋଇଯାଇଥିବା ବେଳେ ଅତି କମ୍ ରେ ୧୦ ଜଣ ନିଖୋଜ ଥିବା କୁହାଯାଉଛି । ଗୋର୍ଖା ଜିଲ୍ଲାର ସହକାରୀ ମୁଖ୍ୟ ଜିଲ୍ଲା ଅଧିକାରୀ ନେତ୍ରପ୍ରସାଦ ଶର୍ମାଙ୍କ କହିବା ଅନୁଯାୟୀ, ବନ୍ୟା
ବୁଢ଼ୀଗଣ୍ଡକୀ ନଦୀରେ ବନ୍ୟା ପ୍ରକୋପ : ୬ଟି ସେତୁ ଧୋଇଗଲା, ଅତି କମ୍ ରେ ୧୦ ଜଣ ନିଖୋଜ; ୩୫ ଘର ଧୋଇଗଲା


କାଠମାଣ୍ଡୁ, ୧୧ ଅକ୍ଟୋବର (ହି.ସ.)- ନେପାଳର ବୁଢ଼ୀଗଣ୍ଡକୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବନ୍ୟାରେ ୬ଟି ସେତୁ ଧୋଇଯାଇଥିବା ବେଳେ ଅତି କମ୍ ରେ ୧୦ ଜଣ ନିଖୋଜ ଥିବା କୁହାଯାଉଛି । ଗୋର୍ଖା ଜିଲ୍ଲାର ସହକାରୀ ମୁଖ୍ୟ ଜିଲ୍ଲା ଅଧିକାରୀ ନେତ୍ରପ୍ରସାଦ ଶର୍ମାଙ୍କ କହିବା ଅନୁଯାୟୀ, ବନ୍ୟାରେ ଦୁଇଟି ମୋଟର ବ୍ରିଜ୍ ଏବଂ ଚାରୋଟି ସୁଇଙ୍ଗ୍ ବ୍ରିଜ୍ (ଝୁଲା ପୋଲ) ଧୋଇ ହୋଇଯାଇଛି ।

ସେ କହିଛନ୍ତି ଯେ, ଆରୁଘାଟ ଏବଂ ଧାଡିଙ୍ଗର ତ୍ରିପୁରାସୁନ୍ଦରୀକୁ ସଂଯୋଗ କରୁଥିବା ତଥା ଆରୁଘାଟର ସୋତି ଓ ମାନବୁକୁ ସଂଯୋଗ କରୁଥିବା ପକ୍କା ସେତୁ ବନ୍ୟାରେ ଧୋଇଯାଇଛି । ଏହା ବ୍ୟତୀତ ଧାରଚେ ଗ୍ରାମ ପଂଚାୟତର ୱାର୍ଡ ନମ୍ବର ୧ ଏବଂ ୩କୁ ସଂଯୋଗ କରୁଥିବା ବେଲି ବ୍ରିଜ୍ ମଧ୍ୟ ଧୋଇ ହୋଇଯାଇଛି । ସେହିଭଳି, ମାଛିଖୋଲା ଏବଂ କେରୋଞ୍ଜାକୁ ସଂଯୋଗ କରୁଥିବା ଝୁଲା ସେତୁ, ଚୁମନୁବ୍ରିର ଥାଡୋ ଭାରୟାଣ୍ଡ ଏବଂ ଜଗତକୁ ସଂଯୋଗ କରୁଥିବା ସେତୁ ତଥା ସିର୍ଦିବାସର ଘାଟେଖୋଲା ଏବଂ ଫିଲିମକୁ ସଂଯୋଗ କରୁଥିବା ଝୁଲା ସେତୁ ମଧ୍ୟ ବନ୍ୟାରେ ଧୋଇ ହୋଇଯାଇଛି ।

ଏହି ବନ୍ୟାରେ ଚୁମନୁବ୍ରି ଗ୍ରାମାଚଂଳ ପୌରପାଳିକାର ପୈୟୁଂ ଏବଂ ବଗର୍ ଅଂଚଳରେ ପ୍ରାୟ ୩୫ଟି ଘର ଧୋଇ ହୋଇଯାଇଛି । ଏହା ବ୍ୟତୀତ ଜଗତ, ସଲ୍ଲେରୀ, ଦୋଭାନ ଏବଂ ଘାଟେଖୋଲା ଗ୍ରାମରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande