ଗୋର୍ଖାରେ ଭୟଙ୍କର ବନ୍ୟା ପଛରେ ମନାସ୍ଲୁ ଅଂଚଳରେ ତୁଷାରପାତ ଆଶଙ୍କା
କାଠମାଣ୍ଡୁ, ୧୧ ଅକ୍ଟୋବର (ହି.ସ.)- ନେପାଳର ଗୋର୍ଖା ଜିଲ୍ଲାରେ ବ୍ୟାପକ ବନ୍ୟା ପଛରେ ମାନାସ୍ଲୁ ହିମାଳୟ ଅଂଚଳରେ ତୁଷାରପାତ ହେବାର ଆଶଙ୍କା କରାଯାଉଛି । ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ଜଣେ ସ୍ଥାନୀୟ ବ୍ୟକ୍ତି ତୁଷାରପା
ଗୋର୍ଖାରେ ଭୟଙ୍କର ବନ୍ୟା ପଛରେ ମନାସ୍ଲୁ ଅଂଚଳରେ ତୁଷାରପାତ ଆଶଙ୍କା


କାଠମାଣ୍ଡୁ, ୧୧ ଅକ୍ଟୋବର (ହି.ସ.)- ନେପାଳର ଗୋର୍ଖା ଜିଲ୍ଲାରେ ବ୍ୟାପକ ବନ୍ୟା ପଛରେ ମାନାସ୍ଲୁ ହିମାଳୟ ଅଂଚଳରେ ତୁଷାରପାତ ହେବାର ଆଶଙ୍କା କରାଯାଉଛି । ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ଜଣେ ସ୍ଥାନୀୟ ବ୍ୟକ୍ତି ତୁଷାରପାତ ପରେ ବନ୍ୟା ଆସିଥିବା ନେଇ ସୂଚନା ଦେଇଛନ୍ତି, କିନ୍ତୁ ଏହାର ତଦନ୍ତ କରାଯାଉଛି ।

କର୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ମୁଖ୍ୟ ଡଃ. ଧର୍ମରାଜ ଉପ୍ରେତିଙ୍କ ଅନୁଯାୟୀ, ଚୁମୁନୁବ୍ରୀ ଗ୍ରାମୀଣ ପୌରପାଳିକାର ଉତର ଅଂଚଳରୁ ବନ୍ୟା ଆସିଛି ବୋଲି ଜଣାପଡିଛି । ମାନଚିତ୍ରର ଏକ ଅଧ୍ୟୟନ ଏହି ଅଂଚଳକୁ ମାନାସ୍ଲୁ ଅଂଚଳର ବୋଲି ଦର୍ଶାଉଛି । ଲୋକପା ଏବଂ ଚୁମଲିଣ୍ଡ ଉତର ଭାଗରୁ ବନ୍ୟା ଆସିଛି । ମାନଚିତ୍ରରେ ଦେଖିଲେ ଏହା ନିମ୍ନ ମାନାସ୍ଲୁ ଅବବାହିକା ଅଂଚଳ ଭଳି ଦେଖାଯାଏ । ଏହି ଅଂଚଳ ମାନାସ୍ଲୁ ହିମାଳୟ ସହିତ ଜଡ଼ିତ । ଏହି ଜଳ ତୋମଖୋଲା, ଶ୍ୟାମଖୋଲା ଏବଂ ଚୁଲିଣ୍ଡଖୋଲା ଦେଇ ତଳକୁ ଆସିଥାଏ ।

ଡଃ. ଉପ୍ରେତିଙ୍କ କହିବା ଅନୁଯାୟୀ, ବନ୍ୟାରେ ସିର୍ଦିବାସ, ଜଗତ, ୟାରୁ, ତାତୋପାନି, ମାଥିଖୋଲା, ସୋତି ଏବଂ ଆରୁଖେତ୍ ଦେଇ ଆରୁଘାଟ ପର୍ଯ୍ୟନ୍ତ ଭୌତିକ କ୍ଷୟକ୍ଷତି ହୋଇଛି । ସେ ସୂଚନା ଦେଇଛନ୍ତି ଯେ, ଆରୁଘାଟରେ ବହୁତ କ୍ଷତି ହୋଇଛି ଏବଂ ସେଠାକାର ସେତୁ ମଧ୍ୟ ବନ୍ୟାରେ ଧୋଇ ହୋଇଯାଇଛି । ବନ୍ୟାରେ ଜଳବିଦ୍ୟୁତ ପ୍ରକଳ୍ପର ଭିତିଭୂମି ଏବଂ ଏହି ଅଂଚଳରେ ନିର୍ମିତ ଅଟ୍ଟାଳିକା ମଧ୍ୟ ବନ୍ୟାର ପ୍ରଖର ସ୍ରୋତରେ ଧୋଇ ହୋଇଯାଇଛି । ତେବେ ବନ୍ୟାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

କର୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ତୁଷାରପାତକୁ ବନ୍ୟାର କାରଣ ବିବେଚନା କରିବା ବର୍ତମାନ କେବଳ ଏକ ପ୍ରାଥମିକ ଆକଳନ । ସେ କହିଛନ୍ତି ଯେ, ଲୋକପାରେ ଯୋଗାଯୋଗରେ ଆସିଥିବା ଜଣେ ସ୍ଥାନୀୟ ବ୍ୟକ୍ତି ନିଜ ଆଖିରେ ତୁଷାରପାତ ଦେଖିଥିବା ଦାବି କରିଛନ୍ତି । ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଆଶଙ୍କା କରାଯାଉଛି ଯେ, ତୁଷାରପାତର ଭଗ୍ନାବଶେଷ ତଳକୁ ଖସି ଆସିଥିଲା ଏବଂ ରାସ୍ତାରେ ଅନେକ ସ୍ଥାନରେ ପାଣି କିମ୍ବା ଭଗ୍ନାବଶେଷ ଜମିବା ଏବଂ ତା'ପରେ ପ୍ରବାହିତ ପ୍ରକ୍ରିୟା ବନ୍ୟା ସୃଷ୍ଟି କରିଥାଇପାରେ । ଡଃ. ଉପ୍ରେତି କହିଛନ୍ତି ଯେ, ଏହି ସମ୍ଭାବନାକୁ ଅନୁସନ୍ଧାନ କରାଯାଉଛି ଏବଂ ଏପର୍ଯ୍ୟନ୍ତ ଏକ ଚୂଡ଼ାନ୍ତ ସିଦ୍ଧାନ୍ତ ଭାବରେ ବିବେଚନା କରାଯାଇପାରିବ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande