ନବରାତ୍ରର ପ୍ରଥମ ଦିନରେ ମା ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଯାଜପୁର, ୧୧ ଅକ୍ଟୋବର (ହି.ସ.)- ନବରାତ୍ରର ପ୍ରଥମ ଦିନରେ ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରଦ୍ଧାଳୁମାନେ ମା’ ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି । ଆଜି ସକାଳୁ ମା’ ଙ୍କ ପାଦ ଦର୍ଶନ ପରେ ଅନ୍ୟାନ୍ୟ ନୀତିକା
ନବରାତ୍ରର ପ୍ରଥମ ଦିନରେ ମା ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼


ଯାଜପୁର, ୧୧ ଅକ୍ଟୋବର (ହି.ସ.)- ନବରାତ୍ରର ପ୍ରଥମ ଦିନରେ ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରଦ୍ଧାଳୁମାନେ ମା’ ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି । ଆଜି ସକାଳୁ ମା’ ଙ୍କ ପାଦ ଦର୍ଶନ ପରେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ବର୍ଷକରେ ୯ ଦିନ କେବଳ ନବରାତ୍ରୀ ସମୟରେ ଭକ୍ତମାନେ ମା’ ବିରଜାଙ୍କ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି । ଏହା ସହିତ ଆଜି ସନ୍ଧ୍ୟା ଠାରୁ ମା’ ଙ୍କ ବିଜେ ପ୍ରତିମା ନବ ଦିନ ବ୍ୟାପୀ ପ୍ରତ୍ୟେହ ସନ୍ଧ୍ୟା ସମୟରେ ରଥାରୁଢ଼ ହୋଇ ମନ୍ଦିର ଚର୍ତୁପାଶ୍ୱର୍ ପରିକ୍ରମା କରିବେ । ନବମ ଦିନ ମା ରଥରୁ ଓହ୍ଲାଇ ନିକଟସ୍ଥ ଲାଖବିନ୍ଧା ପଡିଆକୁ ଯାଇଥାନ୍ତି, ସେଠାରେ ମହିଷା ନିଧନର ପର୍ବ ପାଳନ କରାଯାଇଥାଏ ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏହି ଅବସରରେ ମା ଙ୍କ ପୀଠରେ ୯ ଦିନ ଧରି ଜଳିବ ଅଖଣ୍ଡ ଦୀପ । ଏଥି ସହିତ ନବରାତ୍ର ଉପଲକ୍ଷେ ମା’ ଙ୍କ ଶୋଡ଼ଷ ଉପଚାର ପୂଜା ଅନୁଷ୍ଠିତ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande